
ନୂଆଦିଲ୍ଲୀ: କୁହାଯାଏ ପ୍ରେମ ବୟସ ଦେଖେ ନାହିଁ। ଏପର୍ଯ୍ୟନ୍ତ ଏହି କଥାକୁ ଅନେକ ପ୍ରମାଣିତ କରିଛନ୍ତି। ନିଜଠାରୁ ବଡ଼ ଝିଅ ବା ପୁଅକୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ଅନେକ ଲୋକ। ହେଲେ ବୟସ ବିଷୟରେ ନଜାଣି, ପରସ୍ପରକୁ ନଦେଖି ଭଲପାଇବା ଏବଂ ଟଙ୍କା ଖର୍ଚ୍ଚ କରିବା ଘଟଣା ପ୍ରଥମ କରି ଇଟାଲିରେ ଘଟିଛି। ଇଟାଲିଆନ ଭଲିବଲ ଖେଳାଳି ରୋବର୍ଟୋ କୈଜାନିଗା, ଜଣେ ବ୍ରାଜିଲିଆନ ମଡେଲଙ୍କୁ ନଦେଖି ଭର୍ଚୁଆଲ ମୋଡରେ ଡେଟ କରିବା ମହଙ୍ଗା ପଡ଼ିଛି। ରୋବର୍ଟୋ ମଡେଲଙ୍କ ବୟସ ନଜାଣି ତାଙ୍କ ପାଇଁ ୬କୋଟି ଟଙ୍କା ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି।

ରୋବର୍ଟୋଙ୍କ କହିବା ମୁତାବକ, ୨୦୦୮ରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ମାୟା ନାମକ ଜଣେ ଯୁବତୀଙ୍କ ନମ୍ବର ଦେଇଥିଲେ। ହେଲେ ରୋବର୍ଟୋ ତାଙ୍କୁ ଫୋନ କରିବା ପରେ ସେ ମାୟା ନୁହନ୍ତି ବରଂ ସେ ବ୍ରାଜିଲିଆନ ମଡେଲ ଏଲେସେଣ୍ଡ୍ରା ଆମ୍ବ୍ରୋସିଓ ବୋଲି ଯୁବତୀଜଣକ କହିଥିଲେ। ରୋବର୍ଟୋ ଅସଲ ପରିଚୟ ଜାଣିବାକୁ ଚେଷ୍ଟା ନକରି ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ। କିଛି ମାସ ପରେ ବିଭିନ୍ନ କାରଣ ଦେଇ ଯୁବତୀଜଣକ ରୋବର୍ଟୋଙ୍କଠାରୁ ଟଙ୍କା ନେବା ଆରମ୍ଭ କରିଥିଲେ। ହେଲେ ଦେଖା କରିବା ପାଇଁ କହିବାରୁ ସେ ମନା କରିଦେଉଥିଲେ। ଦିନ ବିତିବା ସହ ରୋବର୍ଟୋ ଯୁବତୀଙ୍କ ପିଛା ୬କୋଟି ଟଙ୍କା ଖର୍ଚ୍ଚ କରିବା ପରେ ତାଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ସେ ନିଜ ବନ୍ଧୁଙ୍କ ସାହାଯ୍ୟରେ ଛାନଭିନ କରିବା ପରେ ସେ ଯାହା ସହ କଥା ହେଉଛନ୍ତି, ସେ ଜଣେ ବୃଦ୍ଧା ବୋଲି ଜଣାପଡ଼ିଥିଲା। ଏହା ସହ ସେ ବ୍ରାଜିଲିଆନ ମଡେଲ ନୁହନ୍ତି ବୋଲି ସ୍ପଷ୍ଟ ହୋଇଥିଲା।
The post ଭର୍ଚୁଆଲ ମୋଡରେ ଡେଟ କରି ଫସିଲେ ଇଟାଲିର ଭଲିବଲ ଖେଳାଳି, ବୟସ ନଜାଣି ଖର୍ଚ୍ଚ କରିଦେଲେ ୬କୋଟି first appeared on Sambad.from ବିଶେଷ | Sambad https://ift.tt/3riG67H
0 Comments