ଦେଶରେ ପ୍ରଥମ ଥର ଦେଖିବାକୁ ମିଳିଲା ଗୋଲାପୀ ରଙ୍ଗର ଚିତାବାଘ

ନୂଆଦିଲ୍ଲୀ: ଦୁନିଆରେ ଜଙ୍ଗଲ ବହୁତ ଅନନ୍ୟ ହୋଇଥାଏ। ଏଠାରେ ବିଭିନ୍ନ ପ୍ରକାରର ପଶୁ ଏବଂ ପକ୍ଷୀ ବାସ କରିଥାଆନ୍ତି। କିନ୍ତୁ ଏହି ଜଙ୍ଗଲ ଭିତରେ ଏମିତି ଅନେକ ଅନନ୍ୟ ପ୍ରାଣୀ ରହିଛନ୍ତି ଯେଉଁମାନେ ବହୁତ ଦୁର୍ଲଭ ହୋଇଥାଆନ୍ତି। ଯାହାଙ୍କୁ ଜଙ୍ଗଲରେ ଖୋଜିବା କଷ୍ଟ ହୋଇଥାଏ। ଏହିପରି ପ୍ରଜାତିଗୁଡିକ ସାଧାରଣତଃ ବିଲୁପ୍ତ ହୋଇଗଲେଣି ବୋଲି ବିବେଚନା କରାଯାଏ । କିନ୍ତୁ ଯେତେବେଳେ ସେମାନେ ଜଙ୍ଗଲରେ ନଜର ଆସନ୍ତି, ସେତେବେଳେ ଏକ ପ୍ରକାର ଖୁସି ଲାଗିଥାଏ।

ଏକ ରିପୋର୍ଟ ଅନୁଯାୟୀ, ଏଥର ଜଙ୍ଗଲରେ ଗୋଲାପୀ ରଙ୍ଗର ଚିତାବାଘ ଦେଖିବାକୁ ମିଳିଛି। ଯାହା ବିଷୟରେ ଲୋକମାନେ କଳ୍ପନା କରି ନଥିଲେ। ଏହି ଚିତାବାଘ ଦକ୍ଷିଣ ରାଜସ୍ଥାନର ଆରାଭାଲି ପାହାଡରେ ଥିବା ରଣକପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏଥି ସହିତ କ୍ଲାଉଡ୍ ଡି’ସୁଜାଙ୍କ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଗୋଲାପୀ ଚିତାବାଘ ଦକ୍ଷିଣ ଆଫ୍ରିକାରେ ୨୦୧୨ ଏବଂ ୨୦୧୯ ରେ ଦେଖାଯାଇଥିଲା। ୧୯୧୦ ମସିହାରେ ଭାରତରେ ଧଳା ଚିତାବାଘ ପ୍ରଥମେ ଦେଖାଯାଇଥିଲା। ସେବେଠାରୁ କେବଳ ସାଧାରଣ ଏବଂ କଳା ଚିତାବାଘ ଦେଖାଯାଉଥିଲା ।

 

ରଣକପୁର ଏବଂ କୁମ୍ବଲଗଡର ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ନିଜ ଅଞ୍ଚଳରେ ଅନେକ ଥର ଏକ ବଡ ବିଲେଇ ଦେଖିଛନ୍ତି, ଯାହା ଗୋଲାପୀ ରଙ୍ଗର ଅଟେ। ଉଦୟପୁରର ବନ୍ୟଜନ୍ତୁ ସଂରକ୍ଷଣକାରୀ ତଥା ଫଟୋଗ୍ରାଫର ହିତେଶ ମୋଟୱାନି କହିଛନ୍ତି, ଗୋଲପୀ ରଙ୍ଗର ଚିତାବାଘର ଛବି କ୍ଲିକ୍ କରିଛନ୍ତି। ଏହି ଛବିଗୁଡିକ କ୍ଲିକ୍ କରିବା ପାଇଁ ହିତେଶ ଚାରି ଦିନ ଯାତ୍ରା କରିଥିଲେ। ଏହାପରେ ଯାଇ ଗୋଲାପୀ ରଙ୍ଗର ଚିତାବାଘ ଦେଖିବାକୁ ମିଳିଥିଲା। ଜେନେଟିକ କାରଣରୁ ଚିତାବାଘର ରଙ୍ଗ ଗୋଲାପୀ ହୋଇଯାଏ । କିନ୍ତୁ ଗୋଲାପୀ ଚିତାବାଘ କ୍ୱଚିତ୍ ଦେଖିବାକୁ ମିଳିଥାଏ।

 

The post ଦେଶରେ ପ୍ରଥମ ଥର ଦେଖିବାକୁ ମିଳିଲା ଗୋଲାପୀ ରଙ୍ଗର ଚିତାବାଘ first appeared on Sambad.

from ବିଶେଷ | Sambad https://ift.tt/3C2QguN

Post a Comment

0 Comments