
ନୂଆଦିଲ୍ଲୀ: ପୂର୍ବରୁ ଲମ୍ବା କେଶ ବା ଉଚ୍ଚତାକୁ ନେଇ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ଲୋକଙ୍କ ନାଁ ସାମିଲ ହୋଇଥିବାର ଆପଣ ଦେଖିଥିବେ। ହେଲେ ତୁର୍କୀରେ ରହୁଥିବା ଜଣେ ବ୍ୟକ୍ତି ନିଜ ନାକ ପାଇଁ ଚର୍ଚ୍ଚାରେ। ବିଶ୍ବରେ ଜୀବିତ ଥିବା ଲୋକଙ୍କ ନାକଠାରୁ ତାଙ୍କ ନାକ ବଡ଼ ହୋଇଥିବାରୁ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ତାଙ୍କ ନାଁ ସ୍ଥାନ ପାଇଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ତୁର୍କୀର ୭୧ ବର୍ଷିୟ ମେହମତ ଓଜିୟୁରେକ ।
ଦ ସନ ୟୁକେ ଅନୁସାରେ, ମେହମତ ଓଜିୟୁରେକ ଏକମାତ୍ର ଜୀବିତ ବ୍ୟକ୍ତି ଯାହାଙ୍କ ନାକ ୮.୮ ସେଣ୍ଟିମିଟର ଲମ୍ବା । ୨୦୧୦ ମସିହାରେ ତାଙ୍କ ଲମ୍ବା ନାକ ଯୋଗୁଁ ସେ ଗିନିଜ ବୁକ ଅଫ ୱାଲଡ ରେକର୍ଡରେ ସ୍ଥାନ ପାଇଥିଲେ, ଯାହାଙ୍କୁ ଆଜି ଯାଏଁ କେହି ବି ଭାଙ୍ଗି ପାରିନାହାନ୍ତି । ତାଙ୍କ କହିବାନୁସାରେ ଏବେ ବି ତାଙ୍କ ନାକ ବଡ ହେବାରେ ଲାଗିଛି ।
Believe it or not, Thomas Wedders, a circus worker in 18th-century England, had a 7.5-inch-long nose! #100BIONS pic.twitter.com/4CiONAhRuY
— Believe It or Not! (@Ripleys) April 8, 2019
from ବିଶେଷ | Sambad https://ift.tt/3ApqMqX
0 Comments