ଆଇଭିଏଫରେ ଭାରତରେ ଜନ୍ମ ହେଲା ପ୍ରଥମ ବନ୍ନି ମଇଁଷି ବାଛୁରୀ

ନୂଆଦିଲ୍ଲୀ:ଆଇଭିଏଫ ପ୍ରକ୍ରିୟାରେ ଭାରତରେ ପ୍ରଥମ ଥର ଜନ୍ମ ହୋଇଛି ଏକ ବନ୍ନି ମଇଁଷି ବାଛୁରୀ | ଦେଶର ବୈଜ୍ଞାନିକମାନେ ଆଇଭିଏଫ୍ ଟେକ୍ନୋଲୋଜିରେ ଏକ ବାଛୁରୀକୁ ଜନ୍ମ ଦେଇଛନ୍ତି। ଏହି ବାଛୁରୀଟି ବନ୍ନି ମଇଁଷି ପ୍ରଜାତିର ହୋଇଥିବାବେଳେ ଆଇଭିଏଫ୍ ଦ୍ୱାରା ଜନ୍ମ ହୋଇଥିବା ପ୍ରଥମ ବାଛୁରୀ ଆଖ୍ୟା ପାଇଛି | ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ସଫଳତା ପାଇବା ପରେ ଦେଶରେ ଆଇଭିଏଫ୍ ଟେକ୍ନୋଲୋଜି ବର୍ତ୍ତମାନ ଆଉ ପାଦେ ଆଗେଇଛି | ଏହି ବାଛୁରୀଟି ୬ଥର ଆଇଭିଏଫ ଗର୍ଭଧାରଣ ପରେ ଜନ୍ମ ହୋଇଛି |

ଗୁଜୁରାଟର ସୋମନାଥ ଜିଲ୍ଲାର ଧାନେଜ ଗ୍ରାମରେ ଥିବା ସୁଶୀଲା ଏଗ୍ରୋ ଫାର୍ମରେ ଏହି ବାଛୁରୀଟି ଜନ୍ମ ହୋଇଛି | ଗତ ବର୍ଷ ଡିସେମ୍ବର ୧୫ ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଛ ଅଞ୍ଚଳ ପରିଦର୍ଶନ କରିଥିଲେ, ସେତେବେଳେ ସେ ବନ୍ନି ପ୍ରଜାତିର ମଇଁଷିଙ୍କ ବାବଦରେ କହିଥିଲେ। ଏହା ପରଦିନ, ୧୬ ଡିସେମ୍ବର ୨୦୨୦ରେ, ବନ୍ନି ମଇଁଷିର ଅଣ୍ଡାଣୁ ବାହାର କରାଯାଇ ଏହାକୁ ବିକଶିତ କରି ଇନ୍-ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ୍) ମାଧ୍ୟମରେ ମାଈ ମଇଁଷିର ଗର୍ଭାଶୟରେ ସ୍ଥାପନ କରାଯାଇଥିଲା |

ବୈଜ୍ଞାନିକମାନେ ତିନୋଟି ମଇଁଷିଙ୍କୁ ଆଇଭିଏଫ ପାଇଁ ପ୍ରସ୍ତୁତ କରାଯାଇଥିଲା | ଆଉ ଆଜି ପ୍ରଥମ ଆଇଭିଏଫ୍ ବାଛୁରୀ ଆଜି ଜନ୍ମ ହୋଇଛି | ଏହାର ସଫଳତା ପରେ ଦେଶରେ ପଶୁପାଳନ ଦିଗରେ ଏକ ବଡ ପରିବର୍ତ୍ତନ ହେବ ବୋଲି ଆଶା ସଂଚାର ହୋଇଛି |

The post ଆଇଭିଏଫରେ ଭାରତରେ ଜନ୍ମ ହେଲା ପ୍ରଥମ ବନ୍ନି ମଇଁଷି ବାଛୁରୀ first appeared on Sambad.

from ବିଶେଷ | Sambad https://ift.tt/3pwvscB

Post a Comment

0 Comments