
ଭୁବନେଶ୍ୱର: ଏକା ସାଙ୍ଗରେ ମିଳିଲା ଦୁଇ ଦୁଇଟି ସଫଳତା | ଜେଇଇ ମେନ୍ ପରେ ଆଡଭାନ୍ସରେ ବି ଓଡ଼ିଶା ଟପର୍ ହେଲେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ର ଗୌତମ ଦାସ | ଗତକାଲି ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା | ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ର ଗୌତମ ଦାସ ରାଜ୍ୟ ଟପର ହୋଇଥିବାବେଳେ ସର୍ବଭାରତୀୟସ୍ତରରେ ସେ ୨୮ତମ ସ୍ଥାନରେ ରହିଥିଲେ। ଆଜି ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ବାହାରିଥିବା ବେଳେ ଗୌତମ ପୁଣି ଏଥିରେ ମଧ୍ୟ ରାଜ୍ୟ ଟପର ହୋଇ ଉଭୟ ଓଡ଼ିଶା ଏବଂ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପାଇଁ ଗୌରବ ଆଣି ଦେଇଛି |
ଗୌତମ ରାଜ୍ୟ ଟପର ହେବା ସହ ସର୍ବଭାରତୀୟସ୍ତରରେ ସେ ୧୧୫ତମ ସ୍ଥାନରେ ରହିଛନ୍ତି | ଗୌତମଙ୍କ ଘର ବାଲେଶ୍ୱରରେ ହୋଇଥିବାବେଳେ ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ମଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ଗ୍ରହଣ କରିଥିଲେ। ଭଲ ମାର୍କ ରଖିଥିବାରୁ ତାଙ୍କୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ନାମ ଲେଖାଇବାର ସୁଯୋଗ ମିଳିଥିଲା। ସ୍କୁଲ ତରଫରୁ ତାଙ୍କୁ ଶତ ପ୍ରତିଶତ ସ୍କଲାରସିପ୍ ଦିଆଯାଇଥିଲା। ଛୋଟବେଳୁ ମେଧାବୀ ଥିବା ଗୌତମ, ଜେଇଇ ପାଇଁ ଆକାଶ ଇନଷ୍ଟିଚୁଟରେ ପଢୁଥିଲେ । ଏବେ ସେ ଜେଇଇ ଆଡଭାନ୍ସରେ ଉତ୍ତୀର୍ଣ୍ଣ ହେବାପରେ ଦିଲ୍ଲୀ ଆଇଆଇଟି କିମ୍ବା କାନପୁର ଆଇଆଇଟିରେ ପଢ଼ିବା ପାଇଁ ଇଛା ରଖିଛନ୍ତି । ପାଠପଢ଼ା ଶେଷ ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ପୂରା ପରିବାର ଖୁସି ଥିବା ଜଣାପଡ଼ିଛି।
The post ଜେଇଇ ମେନ୍ ପରେ ଆଡଭାନ୍ସରେ ବି ଓଡ଼ିଶା ଟପର୍ ହେଲେ ଗୌତମ first appeared on Sambad.from ବିଶେଷ | Sambad https://ift.tt/3pa26kg
0 Comments