ଅଧୁରା ରହିଲା ମମିତାଙ୍କ ସ୍ୱପ୍ନ! ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି ପରିବାର

ବଲାଙ୍ଗୀର : ମା, ବାପା ଓ ପରିବାରର ସବୁ ଦାୟିତ୍ୱ ନିଜେ ମୁଣ୍ଡାଇଥିଲେ ମମିତା। ଝିଅଟିଏ ହେଲେ ବି ହାର ମାନିନଥିଲେ। ବାପା, ମା କେମିତି ଭଲରେ ରହିବେ… କେମିତି ଭଲରେ ମା’ଙ୍କ ଚିକିତ୍ସା ହେବ… ସାନ ଭାଇ କେମିତି ପାଠପଢ଼ିବ… ସବୁ କିଛି ଦାୟିତ୍ୱ ନିଜେ ମୁଣ୍ଡାଇଥିଲେ। ନିଜେ ପାଠପଢ଼ି ରୋଜଗାରକ୍ଷମ ହୋଇଥିଲେ। ପରିବାରବର୍ଗଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଲେ।

ମମିତାଙ୍କ ପରିବାରରେ ଏବେ ତାଙ୍କ ବାପା, ମା, ସାନଭାଇ ଓ ଭଉଣୀ। ପରିବାର ବର୍ଗ ସଂପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ମା’ଙ୍କ ଆଖିରୁ ଲୁହ ଶୁଖୁନଥିବାବେଳେ ସେ ବାରବାର ଅଚେତ ହୋଇପଡୁଛନ୍ତି । ଏହି ପରିବାର ନିଜ ସଂପର୍କୀୟଙ୍କ ଘରେ ଆଶ୍ରିତ ହୋଇ ରହୁଛନ୍ତି। କାରଣ ତାଙ୍କ ଘରଦ୍ୱାର କିଛି ନାହିଁ। ମାଟି ଘରକୁ ନୂ୍ଆ ଘର ନିର୍ମାଣ ଚାଲିଥିଲା। ଘର କାମ ଏବେ ଅଧୁରା ହୋଇପଡ଼ିରହିଛି। ଗତ କିଛି ମାସ ହେଲା ତାଙ୍କ ପରିବାର ଗାଁ ନିକଟରେ ଥିବା ସଂପର୍କୀୟଙ୍କ କାରଖାନାରେ ରହୁଥିଲେ।

ଗାଁ ଲୋକଙ୍କ କହିବାନୁସାରେ, ମମିତା ଶିକ୍ଷୟିତ୍ରୀ ହେବା ପରେ ଯାହା କିଛି ପଇସା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ଚଳୁଥିଲା। ଅସୁସ୍ଥତା କାରଣରୁ ମା’ ଠିକରେ କାମ କରିପାରୁନଥିଲେ। ବାପା ବି ବୟସାଧିକ୍ୟ ଯୋଗୁଁ କାମ କରିପାରୁନଥିଲେ। କାରଖାନାରେ ଛୋଟମୋଟ କାମ କରୁଥିଲେ। ଏବେ ଝରଣୀ ଗାଁକୁ ବଡ଼ ବଡ଼ ନେତାଙ୍କ ଗସ୍ତ ହେଉଛି। ଏହି କାରଣରୁ ମୃତ ମମିତାଙ୍କ ପରିବାର କାରଖାନାରୁ ଆସି ଗାଁ ଭିତରେ ଥିବା ତାଙ୍କ ଘର ନିକଟରେ ଆଉ ଜଣେ ସଂପର୍କୀୟଙ୍କ ଘରେ ରହୁଛନ୍ତି। ଏଣୁ ତୁରନ୍ତ ପ୍ରଶାସନ ଏହି ପରିବାରକୁ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post ଅଧୁରା ରହିଲା ମମିତାଙ୍କ ସ୍ୱପ୍ନ! ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି ପରିବାର first appeared on Sambad.

from ବିଶେଷ | Sambad https://ift.tt/3jSC8xY

Post a Comment

0 Comments