ଅଧିକାରୀଙ୍କ ଶିଳ୍ପାନୁଷ୍ଠାନ ପ୍ରେମ: ବଦଳିଲେଣି ୪ ଆର୍‌ଡିସି; କେହି ପଦ‌କ୍ଷେପ ନେଲେନାହିଁ

ସମ୍ବଲପୁର : ବିସ୍ଥାପିତ ଓ ଶିଳ୍ପାଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୀତି ନିୟମ କାର୍ଯ୍ୟକାରୀ ନହେବାର ଜ୍ବଳନ୍ତ ଉଦାହରଣ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଶିଳ୍ପାନୁଷ୍ଠାନ ପ୍ରେମରେ ଅନ୍ଧ ବଡ଼ବଡ଼ିଆ ସରକାରୀ ବାବୁମାନଙ୍କ ଆଖିକୁ ଦେଖାଯାଉନି ବିସ୍ଥାପିତ ଆଉ ଶିଳ୍ପାନୁଷ୍ଠାନ ଆଖପାଖ ଅଂଚଳର ଲୋକଙ୍କ ସମସ୍ୟା। ସ୍ଥିତି ଏମିତି ହୋଇଛି ଯେ ପ୍ରତ୍ୟେକ ୩ ମାସରେ ଥରେ ଅନୁଷ୍ଠିତ ହେବାକୁ ଥିବା ଥଇଥାନ ଓ ପାରିପାର୍ଶ୍ବିକ ବିକାଶ ପରାମର୍ଶଦାତା କମିଟି(ଆର୍‌ପିଡିଏସି) ବୈଠକ ଗତ ୩ ବର୍ଷରେ ଥରେ ବି ହୋଇପାରି ନାହିଁ। ଇତିମଧ୍ୟରେ ୪ ଜଣ ଆର୍‌ଡିସି ବି ବଦଳିଲେଣି। ବୈଠକ ଆୟୋଜନ ନେଇ କାହାରି ଆନ୍ତରିକତା ଦେଖିବାକୁ ମିଳିନାହିଁ।

ବିସ୍ଥାପିତଙ୍କ ସମସ୍ୟା ଓ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଥିବା ଆଖପାଖ ଅଂଚଳର ବିକାଶ ନିମନ୍ତେ ରାଜ୍ୟ ସରକାର ଗତ ଜୁଲାଇ ୨୦୦୬ ମସିହାରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଆର୍‌ଡିସି ଅଧ୍ୟକ୍ଷ ଓ ଜିଲ୍ଲାପାଳଙ୍କୁ ସଦସ୍ୟ-ଆବାହକ ଥିବା ପ୍ରତ୍ୟେକ ଶିଳ୍ପାନୁଷ୍ଠାନ ପାଇଁ ଗଠିତ ଅଲଗା ଅଲଗା ଆର୍‌ପିଡିଏସିର ବୈଠକ ପ୍ରତ୍ୟେକ ୩ ମାସରେ ଥରେ ଆୟୋଜନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ।

devdiscourse.com

ସମ୍ବଲପୁର ଜିଲ୍ଲାରେ ଅନେକ ଶିଳ୍ପାନୁଷ୍ଠାନ ରହିଛି। ଶେ‌ଷଥରେ ଗତ ୨୫ ଜାନୁଆରି ୨୦୧୮ରେ ଡି.ଭି ସ୍ବାମୀ ଉତ୍ତରାଂଚଳ ଆର୍‌ଡିସି ଥିବାବେଳେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଶିଳ୍ପାନୁଷ୍ଠାନଗୁଡ଼ିକ ପୂର୍ବ ନିଷ୍ପତ୍ତି ମୁତବାକ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିନଥିବା, ବହୁ ପୂର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ଅବଧିରେ ସଂପୂର୍ଣ୍ଣ ହୋଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ହିଣ୍ତାଲକୋ ଓ ଆଦିତ୍ୟ ଆଲୁମିନିୟମ୍‌ କ˚ପାନି ଉପରେ ଜନ ପ୍ରତିନିଧିମାନେ ପ୍ରବଳ ବର୍ଷି ଥିଲେ। କ˚ପାନିମାନଙ୍କୁ ସେମାନଙ୍କ ବାର୍ଷିକ ଆୟ ଓ ପାରିପାର୍ଶ୍ବିକ ଉୟନ୍ନନ ପାଣ୍ଠିରୁ କରୁଥିବା ଖର୍ଚର ବିବରଣୀ ଦାଖଲ କରିବାକୁ କହାଯାଉଥିଲା।

ଯେତିକି ଲାଭ ହେଉଛି, ତାହାର ଅନ୍ୟୂନ ୧ ପ୍ରତିଶତ ଅର୍ଥ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଜମା କରିବାକୁ କୁହାଯାଇଥିଲା। ଆଦିତ୍ୟ ଆଲୁନିୟମ୍‌ର କାରଖାନା ପାଇଁ ଜମି ହରାଇଥିବା ୧୯୮ ହିତାଧିକାରୀମାନଙ୍କୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଥିଲା। ଶ୍ୟାମ ମେଟାଲିକ୍ସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇନଥିବାରୁ ବୈଠକ‌ ଅନୁଷ୍ଠିତ ହୋଇପାରିନଥିଲା। ଅନ୍ୟ ଶିଳ୍ପାନୁଷ୍ଠାନର ଆର୍‌ପିଡିଏସି ବୈଠକର ବହୁ ଦିନରୁ ହୋଇନାହିଁ। ଡି.ଭି.ସ୍ବାମୀ ବଦଳି ହେବା ପରେ ଦକ୍ଷିଣାଂଚଳ ରାଜସ୍ବ‌ ଜୋନ୍‌, ବ୍ରହ୍ମପୁରର ଆର୍‌ଡିସି ଟି. ଆଓ ଲମ୍ବା ସମୟ ପର୍ଯ୍ୟନ୍ତ ଉତ୍ତରାଂଚଳ ରାଜସ୍ବ ଡିଭିଜନ୍‌, ସମ୍ବଲପୁରର ଅତିରିକ୍ତ ଦାୟିତ୍ବରେ ରହିଥିଲେ। ପରେ ନିରଂଜନ ସାହୁଙ୍କୁ ସ୍ଥାୟୀ ଆର୍‌ଡିସି ଭାବେ ନିଯୁକ୍ତି ମିଳିଥିଲା। ଗତ ଜାନୁଆରି ମାସରେ ସେ ଅବସର ନେବା ପରେ ପୁଣି ଏହି ପଦ ଖାଲି ରହିଥିଲା। କଟକ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ ସାମଲ ସମ୍ବଲପୁର ଆର୍‌ଡିସି ଭାବେ ଅତିରିକ୍ତ ଦାୟିତ୍ବ ନେଲେ। ହେ‌ଲେ, ସେ ବି ଆର୍‌ପିଡିଏସି ବୈଠକ ଆୟୋଜନ ଦିଗରେ ପଦ‌କ୍ଷେପ ନେଲେ ନାହିଁ। ସେ ଦାୟିତ୍ବ ରହିବା ସମୟରେ ମାତ୍ର ୪/୫ ଥର ସମ୍ବଲପୁର ଆସିଥିଲେ। ଗତ ମାସରେ ସେ ଚାକିରିରୁ ଅବସର ନେବା ପରେ ଏଠାରେ ଆର୍‌ଡିସିଙ୍କ ସଚିବ ଭାବ‌େ କାର୍ଯ୍ୟରତ ଭୀମସେନ ପୁନମକାନ୍ତ ଏକ୍କାଙ୍କୁ ଭାରପ୍ରାପ୍ତ ଆର୍‌ଡିସି ଭାବେ ଦାୟିତ୍ବ ଦିଆଯାଇଛି। ଗତ ୨୦୧୯ ମସିହାରେ ନିର୍ବାଚିତ ନୂଆ ସାଂସଦ, ବିଧାୟକଙ୍କ କାର୍ଯ୍ୟକାଳ ଇତିମଧ୍ୟରେ ୨ ବର୍ଷ ଅତିକ୍ରାନ୍ତ ହେଲାରି। ମାତ୍ର, ଏହି ଜନପ୍ରତିଧିମାନେ ଥରେ ମଧ୍ୟ ‌ଆର୍‌ପିଡିଏସି ବୈଠକରେ ନିଜ ଅଂଚଳର ସମସ୍ୟା ଉତ୍‌ଥାପନ କରିପାରିନାହାନ୍ତି।

The post ଅଧିକାରୀଙ୍କ ଶିଳ୍ପାନୁଷ୍ଠାନ ପ୍ରେମ: ବଦଳିଲେଣି ୪ ଆର୍‌ଡିସି; କେହି ପଦ‌କ୍ଷେପ ନେଲେନାହିଁ first appeared on Sambad.

from ବିଶେଷ | Sambad https://ift.tt/3neJ49u

Post a Comment

0 Comments