ଦେଖନ୍ତୁ ମା’କୁ ରୁଟି ଖାଇବାକୁ ମନା କରି କେକେ ପାଇଁ କିପରି ଅଳି କରୁଛି ଶିଶୁ

ନୂଆଦିଲ୍ଲୀ: ଛୋଟ ପିଲାମାନେ ବାପ-ମା’ଙ୍କ ପାଖରେ ‌ସେ ଖାଇବାକୁ ହେଉ କି ଖେଳିବାକୁ ହେଉ କି ପିନ୍ଧିବାକୁ ନେଇ ଅଳି କରି ଥାଆନ୍ତି। ଜଣେ ଶିଶୁ ତାର ମା’ ପାଖରେ କେକେ ଖାଇବାା ପାଇଁ ସୁନ୍ଦର ଭାବେ ଅଳି କରୁଛି। ଏହି ସମୟର ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାହା ଭାଇରାଲ ହୋଇଯାଇଥିଲା।

ଭିଡିଓକୁ ଇନଷ୍ଟାଗ୍ରାମ ପେଜ ‘tintinkabacha’ ରେ ଅପଲୋଡ କରାଯାଇଛି। ଭିଡିଓ ସହିତ ସେୟାର କରାଯାଇଥିବା କ୍ୟାପସନରେ ଲେଖା ଯାଇଛି କି, କେବଳ ନୋ ଥ୍ୟାଙ୍କୟୁ’ ପାଇଁ  ସେୟାର କରିଛି।

ଭିଡିଓରେ ଆପଣ ଦେଖି ପାରିବେ କି ଜଣେ ମହିଳା ପୁଅକୁ କୋଳରେ ଧରିଛନ୍ତି। ସେ ତାକୁ ପଚାରୁଛନ୍ତି, ଡାଲି, ରୁଟି ଆଉ ତରକାରୀ ଖାଇବାକୁ ଚାହୁଁଛୁ? ମା’ର ପ୍ରଶ୍ନର ଉତ୍ତରରେ ଶିଶୁ ଜଣକ କହୁଛି, “ନା, ନା ଧନ୍ୟବାଦ … ତାହାକୁ ଖାଇବାର ନାହିଁ” । ଏହା ପରେ ଶିଶୁ ଜଣକ ତାର ମା’ ନିକଟରେ କେ‌କେ ଖାଇବାକୁ ଅଳି କରୁଛି।

 

 

View this post on Instagram

 

A post shared by Kabir Sood (@tintinkabacha)

ଲୋକମାନେ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓରେ ୧୭ ହଜାରରୁ ଅଧିକ ଲାଇକ୍ ଆସି ସାରିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଓଏମଜି, ନୋ ଥ୍ୟାଙ୍କୟୁ। ଅନ୍ୟ ଜଣେ ଲେଖିଛନ୍ତି – କେତେ ସୁନ୍ଦର ।

 

 

 

The post ଦେଖନ୍ତୁ ମା’କୁ ରୁଟି ଖାଇବାକୁ ମନା କରି କେକେ ପାଇଁ କିପରି ଅଳି କରୁଛି ଶିଶୁ first appeared on Sambad.

from ବିଶେଷ | Sambad https://ift.tt/3BbqPH6

Post a Comment

0 Comments