ଅବିକଳ ଛୋଟ ଛୁଆଙ୍କ ଭଳି ଶବ୍ଦ ବାହାର କରୁଛି ଏହି ପକ୍ଷୀ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଏକ ଚିଡ଼ିଆଖାନାରୁ ଏମିତି ଏକ ଦୁର୍ଲଭ ପକ୍ଷୀର ଭିଡିଓ ଭାଇରାଲ ହୋଇଛି ଯାହାକି ଶୁଣିବାକୁ ଅବିକଳ ଛୋଟପିଲାଙ୍କ କାନ୍ଦିବା ସ୍ବର ଭଳି ଲାଗୁଛି।

ପକ୍ଷୀଟି ଛୋଟ ପିଲାଙ୍କ କାନ୍ଦିଲା ଭଳି ସ୍ବର ବାହାର କରୁଥିବା ଶୁଣି ଅଷ୍ଟ୍ରେଲିଆର ତାରୋଙ୍ଗା ଚିଡିଆଖାନା ଭିଡିଓ ରେକର୍ଡ କରିଥିଲା। ଆଉ ତାହାକୁ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲା। ଭିଡିଓ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହୋଇଯାଇଥିଲା।

 

ପ୍ରକାଶିତ ରିପୋର୍ଟ ମୁତାବକ, ଏହି  ପକ୍ଷୀ ସୁପର୍ବ ଲାୟରବର୍ଡ ପ୍ରଜାତିର ରହିଛି। ଏହାର ନାମ ଇକୋ । ଯିଏକି ତାର ପାଖଆଖର ଶବ୍ଦକୁ ଶୁଣି ସେହି ଭଳି ସ୍ବର ବାହାର କରିଥାଏ। ପକ୍ଷୀଟି ଏଥର ଛୋଟ ଛୁଆର କାନ୍ଦିଲା ଭଳି ସ୍ବର ବାହାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ଅଷ୍ଟ୍ରେଲିଆର ଚିଡିଆଖାନାର ଦାବି ହେଉଛି ଉକ୍ତ ପକ୍ଷୀ ପାଖାପାଖି ଏକ ବର୍ଷ ହେବ ଏଭଳି ଭିନ୍ନଭିନ୍ନ ଶବ୍ଦ ବାହାର କରୁଛି।

The post ଅବିକଳ ଛୋଟ ଛୁଆଙ୍କ ଭଳି ଶବ୍ଦ ବାହାର କରୁଛି ଏହି ପକ୍ଷୀ first appeared on Sambad.

from ବିଶେଷ | Sambad https://ift.tt/3h7datv

Post a Comment

0 Comments