ଏମିତି ଗଛ, ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ

ନୂଆଦିଲ୍ଲୀ: ଆମେରିକାରେ ଏମିତି ଏକ ଗଛ ରହିଛି। ଯେଉଁଥିରେ ୪୦ ପ୍ରକାରର ଅଲଗାଅଲଗା ଫଳ ଫଳିଛି। ଏହି ଗଛର ନାମ ‘ଟ୍ରି ଅଫ ୪୦’ ରହିଛି। ଏହି ସ୍ବତନ୍ତ୍ର ଗଛକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଆମେରିକା ବିଶେଷଜ୍ଞ ଏହି ‘ଟ୍ରି ଅଫ ୪୦’ର ଆବିଷ୍କାର କରି କୃଷି କ୍ଷେତ୍ରରେ ଆଧୁନିକ କୌଶଳର ଏକ ସୁନ୍ଦର ନମୁନା ସାମ୍ନାକୁ ଆଣିଛନ୍ତି। ତେବେ ଏଭଳି ଗଛ ପାଇଁ ପ୍ରସ୍ତୁତି ବହୁତ ପୂର୍ବରୁ ଚାଲି ଆସିଥିଲା।

କୃଷି କ୍ଷେତ୍ରରେ ଆସିଥିବା ନୂଆ ଟେକନୋଲୋଜି କାରଣରୁ ‘ଟ୍ରି ଅଫ ୪୦’ର ସ୍ବପ୍ନ ପୂରା ହୋଇ ପାରିଛି। ନିୟୁର୍କରେ ରହୁଥିବା ସାମ ଭାନ ଏକେନ ଯିଏକି ସେରାକ୍ୟୁଜ ବିଶ୍ବବିଦ୍ୟାଳୟରେ ଭିଜୁଆଲ ଆର୍ଟସର ପ୍ରଫେସର ରହିଛନ୍ତି। ତାଙ୍କ ମୁଣ୍ଡକୁ ଏଭଳି ବିଚାର ଆସିଥିଲା। ତାଙ୍କ ଏପରି ଚାଷ ଜମି, ଗଛଲତାକୁ ନେଇ ବହୁତ ଦୁର୍ବଳତା ରହିଥିଲା।

ପ୍ରଫେସର ସାମ ‘ଗ୍ରାଫ୍ଟିଙ୍ଗ’ ନାମକ ଟେକନୋଲୋଜି ଜରିଆରେ ଏଭଳି କାମ କରି ପାରିଛନ୍ତି। ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳାଇବାକୁ ଅନେକ ବର୍ଷ ଲାଗି ଯାଇଛି। ଏହି ସ୍ବତନ୍ତ୍ର ଗଛରେ ପ୍ଲମ, ଚେରି, ବାଦାମ, ଆମ୍ବ, ଜାମୁ, କଦଳୀ ଓ ସେଓ ଭଳି ୪୦ପ୍ରକାର ଫଳ ଫଳୁଛି। ୨୦୦୮ରେ ପ୍ରଫେସର ବିଭିନ୍ନ ଫଳଗଛର ଶାଖାକୁ ଏକାଠି ଯୋଡ଼ି ବହୁ ଫଳ ଫଳିବା ଗଛ ଆବିଷ୍କାର କରିଥିଲେ।

ପ୍ରଫେସର ଭାନ ଦେଶର ସାତଟି ରାଜ୍ୟରେ ଏଭଳି ୧୬ଟି ସ୍ବତନ୍ତ୍ର ଫଳଗଛ ଲଗାଇଛନ୍ତି।

The post ଏମିତି ଗଛ, ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ first appeared on Sambad.

from ବିଶେଷ | Sambad https://ift.tt/3nCOf4T

Post a Comment

0 Comments