
ନୂଆଦିଲ୍ଲୀ: ପାକିସ୍ତାନକୁ କଡା ଭାଷାରେ ଜବାବ ଦେଇ ଜାତିସଂଘ ସାଧାରଣ ପରିଷଦରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଭାରତର ପ୍ରଥମ ସଚିବ ସ୍ନେହା ଦୁବେ | ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ପାଳନ କରିବା, ସାହାଯ୍ୟ ଦେବା ଓ ସିଧାସଳଖ ସମର୍ଥନ କରିବାରେ ପାକିସ୍ତାନର ସ୍ଥାୟୀ ଇତିହାସ ଓ ନୀତି ରହିଛି। ଜାତିସଂଘ ନିଷିଦ୍ଧ କରିଥିବା ଆତଙ୍କବାଦୀମାନଙ୍କ ମଧ୍ୟରୁ ବିପୁଳସଂଖ୍ୟକ ଆତଙ୍କବାଦୀଙ୍କୁ ପାକିସ୍ତାନ ସହାୟତା ଦେଇଥିବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି। ଓସାମା ବିନ୍ ଲାଡେନ୍ ପାକିସ୍ତାନରେ ଆଶ୍ରୟ ନେଇଥିଲେ। ଆଜି ମଧ୍ୟ ପାକିସ୍ତାନର ନେତୃତ୍ବ ତାଙ୍କୁ ଜଣେ ‘ସହିଦ’ ଭାବେ ଗୌରବାନ୍ବିତ କରୁଛି। ତେବେ ସ୍ନେହ ଦୁବେ କିଏ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ତାଙ୍କ କାହାଣୀ କହିବୁ |
ସ୍ନେହା ଦୁବେ ଜଣେ ୨୦୧୨ ବ୍ୟାଚର ଆଇଏଫଏସ୍ (ଭାରତୀୟ ବୈଦେଶିକ ସେବା) ଅଧିକାରୀ, ଯିଏ ଗୋଆରୁ ତାଙ୍କର ପାଠପଢି ଆରମ୍ଭ କରିଥିଲେ କରିଥିଲେ | ଏହା ପରେ ସେ ପୁଣେର ଫର୍ଗୁସନ୍ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଏବଂ ଶେଷରେ ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ରୁ ତାଙ୍କର ଏମଫିଲ୍ କରିଥିଲେ। ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା, ସେ ଭାରତୀୟ ବୈଦେଶିକ ସେବାରେ ଯୋଗଦେବାକୁ ଚାହୁଁଥିଲେ ଏବଂ ୨୦୧୧ ମସିହାରେ ନିଜର ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କ ବାପା ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ମା ଜଣେ ସ୍କୁଲ ଶିକ୍ଷକ ଅଛନ୍ତି ।
ବୈଦେଶିକ ସେବା ପାଇଁ ମନୋନୀତ ହେବା ପରେ ସ୍ନେହା ଦୁବେଙ୍କ ପ୍ରଥମ ନିଯୁକ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ହୋଇଥିଲା | ଏହାପରେ ଅଗଷ୍ଟ ୨୦୧୪ ରେ ତାଙ୍କୁ ମାଡ୍ରିଡରେ ଥିବା ଭାରତୀୟ ଦୂତାବାସକୁ ପଠାଯାଇଥିଲା। ସ୍ନେହା ବର୍ତ୍ତମାନ ମିଳିତ ଜାତିସଂଘର ଭାରତର ପ୍ରଥମ ସଚିବ ଅଛନ୍ତି | ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କର ପୂର୍ବରୁ ରେକର୍ଡ ହୋଇଥିବା ଏକ ଭାଷଣ ଜାତିସଂଘର ସାଧାରଣ ପରିଷଦ୍ ବୈଠକରେ ପ୍ରସାରିତ ହୋଇଥିଲା। ନୂଆଦିଲ୍ଲୀ କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ କରୁଛି ବୋଲି ସେଥିରେ ସେ କହିଥିଲେ। ଆଉ ସ୍ନେହା ନିଜ ବକ୍ତବ୍ୟରେ ଇମ୍ରାନ ସରକାରଙ୍କ ଅସଲ ମୁଖାକୁ ଖୋଲିଦେଇଛନ୍ତି |
The post ପାକିସ୍ତାନକୁ ଜାତିସଂଘ ସାଧାରଣ ପରିଷଦରେ କଡା ସମାଲୋଚନା କରିଥିବା ସ୍ନେହା ଦୁବେଙ୍କ ବାବଦରେ ଜାଣିଛନ୍ତି କି? first appeared on Sambad.from ବିଶେଷ | Sambad https://ift.tt/3AJpg3E
0 Comments