
ନୂଆଦିଲ୍ଲୀ: ନିକଟରେ ଜଣେ ଶିଶୁ ଫୁଟୁଥିବା ଗରମ ପାଣିରେ ବସିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ନେଇ କିଛି ଲୋକ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କିଛି ଲୋକ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ତଳେ ନିଆଁ ଜଳୁଥିବା ବେଳେ ଉପରେ ଏକ କଢ଼େଇ ରଖାଯାଇଛି। ଆଉ ସେଥିରେ ପାଣି ରଖା ଯାଇଛି। କଢ଼େଇରେ ଥିବା ପାଣି ଡାବୁଡାବୁ ହୋଇ ଫୁଟୁଛି।
This is 2021 India
pic.twitter.com/iSE0xDeGgP
— Sandeep Bisht (@iSandeepBisht) September 7, 2021
ଏଭଳି ସ୍ଥିତିରେ ଶିଶୁ କାନ୍ଧରେ ଏକ କମଳା ରଙ୍ଗର କାମୁଛା ପକାଇଥିବା ବେଳେ ଫୁଟୁଥିବା ପାଣି ଭିତରେ ହାତ ଯୋଡ଼ି ବସିଛି। ଆଉ ଉକ୍ତ ଗରମ ପାଣିରେ କିଛି ଫୁଲ ପଡ଼ିଥିବା ବି ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଧ ହୋଇଯାଇଥିଲେ।
The post ଫୁଟୁଥିବା ଗରମ ପାଣିରେ ବସିଛି ଶିଶୁ: ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ first appeared on Sambad.
from ବିଶେଷ | Sambad https://ift.tt/3zXsjEX
0 Comments