ବନ୍ୟା ପାଣିରେ ହାଣ୍ଡି ଭିତରେ ଶୁଆଇ ନବଜାତ ଶିଶୁକୁ ସ୍ୱାସ୍ଥ୍ୟକର୍ମୀ ଦେଉଛନ୍ତି ପୋଲିଓ

ନୂଆଦିଲ୍ଲୀ: ଏହି ଫଟୋକୁ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଏହି ଫଟୋରେ ନବଜାତ ଶିଶୁକୁ ପୋଲିଓ ଦେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି। ଯଦି ଦେଖାଯାଏ, ତେବେ ଏହି ଚିତ୍ର ପ୍ରମାଣ କରୁଛି କି ଆଜି ଭାରତ ପୋଲିଓ ମୁକ୍ତ। ଏହା ପଛରେ ଏପରି କିଛି ସ୍ୱାସ୍ଥ୍ୟକର୍ମୀଙ୍କ ହାତ ରହିଛି। ଯେଉଁମାନେ କି ଖରା, ବର୍ଷା, ଶୀତ ଓ ବନ୍ୟା ଭଳି ପରିସ୍ଥିତିକୁ ଖାତିର ନକରି ଘରଘର ବୁଲି ଦୁଇ ବୁନ୍ଦା ଜୀବନ ଅର୍ଥାତ ପୋଲିଓ ଡୋଜ ଦେଉଛନ୍ତି।

 

କୁହାଯାଉଛି ଯେ ଏହି ଫଟୋ ଟି ପଶ୍ଚିମବଙ୍ଗର ସୁନ୍ଦରବନର। ଯେଉଁଠାରେ ବନ୍ୟା ପାଣି ଜମି ଯାଇଛି। ଚାରିଆଡେ ପାଣି ଭରି ରହିଥିବା ବେଳେ ଆଶା କର୍ମୀମାନେ ପିଲାମାନଙ୍କୁ ପୋଲିଓ ଡ୍ରପ୍ ଦେବାକୁ ଯାଇ ପହଞ୍ଚୁଛନ୍ତି। ଯେଉଁଠାରେ ଏକ ନବଜାତ ଶିଶୁକୁ ଏକ ହାଣ୍ଡିରେ ଶୁ୍ଆଇ ପୋଲିଓ ଦିଆଯାଉଥିବା ଦେଖିବାକୁ ମିଳିଛି।

ଆଶାକର୍ମୀ ନବଜାତ ଶିଶୁକୁ ପୋଲିଓ ଡୋଜ ଦେଉଥିବା ଚିତ୍ର ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ଏହି ଛବି ଟୁଇଟରରେ ଦିଲ୍ଲୀ ଏମ୍ସ ଡାକ୍ତର ଯୋଗୀରାଜ ରାୟ @ ଇଡୋକ ୟୋଗିରାଜଙ୍କ ଦ୍ୱାରା ସେୟାର କରାଯାଇଛି । ଫଟୋ ସହିତ ଥିବା କ୍ୟାପସନରେ ସେ ଲେଖିଛନ୍ତି – ଗଙ୍ଗାର ଡେଲ୍ଟା ସୁନ୍ଦରବନରେ ପଲ୍ସ ପୋଲିଓ ଟିକାକରଣ ।

ଶିଶୁଟିର ମା’ ବନ୍ୟା ପାଣିରେ ଚାଲିଚାଲି ଆସିବାକୁ ଅସମର୍ଥ ଥିଲେ। ତେଣୁ ଶିଶୁକୁ ତାର ବାପା ହିଁ ନେଇ ଆସିବାର ଥିଲା। ତେବେ ୧୫ମାସର ଶିଶୁକୁ ବାପା କିପରି ଧରିକି ଆଣିବେ ବୋଲି ଭୟ କରୁଥିଲେ। ତେଣୁ ସେ ଏକ ବଡ଼ ହାଣ୍ଡି ଭିତରେ ଶିଶୁକୁ ପୂରାଇ ଆଣିବା ସୁରକ୍ଷିତ ଭାବିଥିଲେ।

 

The post ବନ୍ୟା ପାଣିରେ ହାଣ୍ଡି ଭିତରେ ଶୁଆଇ ନବଜାତ ଶିଶୁକୁ ସ୍ୱାସ୍ଥ୍ୟକର୍ମୀ ଦେଉଛନ୍ତି ପୋଲିଓ first appeared on Sambad.

from ବିଶେଷ | Sambad https://ift.tt/39R4CmC

Post a Comment

0 Comments