
ନୂଆଦିଲ୍ଲୀ: ଶିଶୁ ଜଣକ ସ୍ପାଇଡର ମ୍ୟାନ ଭଳି କାନ୍ଥରେ ଚଢ଼ି ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୫୫ ସେକେଣ୍ଡର ଏହି ଭିଡିଓ କ୍ଲିପରେ ଶିଶୁ ଜଣକ କିଛି ବି ସାହାରା ନନେଇ କାନ୍ଥରେ ଚଢ଼ି ଯାଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ଆପଣ ଦେଖି ପାରୁଥିବେ ଶିଶୁଜଣକ କାନ୍ଥରେ ଚଢ଼ିବା ପାଇଁ ନିଜ ହାତ ଓ ଗୋଡ଼ର ସାହାଯ୍ୟ ନେଉଛି।
କାନ୍ଥର ଶୀର୍ଷରେ ପହଞ୍ଚିଯିବା ପରେ ସେ ନିଜର ଗୋଡ଼କୁ କାନ୍ଥରୁ ବାହାର କରି ଦେଉଛି। କିଛି ସମୟ ପାଇଁ ପବନରେ ସେମିତି ରହିଥିଲା। ଶେଷରେ ଅଧା କାନ୍ଥ ଯାଏଁ ଓହ୍ଲାଇ ଆସିବା ପରେ ଚଟାଣକୁ ଡେଇଁ ପଡ଼ିଥିଲାା।
Spiderman’s daughter pic.twitter.com/1MxfJ9QC4Q
— Fun Viral Vids
(@Fun_Viral_Vids) September 13, 2021
ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ବେଶ ପସନ୍ଦ କରୁଛନ୍ତି। ଏଯାବତ ଏହି ଭିଡିଓକୁ ୧ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
The post ଦେଖନ୍ତୁ ବିନା ସାହାରାରେ କିପରି କାନ୍ଥରେ ଚଢ଼ି ଯାଉଛି ଶିଶୁ first appeared on Sambad.from ବିଶେଷ | Sambad https://ift.tt/3nMzUDl
(@Fun_Viral_Vids)
0 Comments