
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। କେତେବେଳେ ମଜାଳିଆ ଭିଡିଓ ଭାଇରାଲ ହୁଏ ତ କେତେବେଳେ କିଛି କୌତୁହଳ ପୂର୍ଣ୍ଣ ଭିଡିଓ। ନିକଟରେ ଏକ ଭିଡିଓ ବହୁତ ଭାଇରାଲ୍ ହୋଇଛି ।
ଏହି ଭାଇରାଲ ଭିଡିଓରେ ଜଣେ ବାଳକ ନଜର ଆସୁଛନ୍ତି। ଯିଏକି ନାଗସାପ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଉ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଯାହାକୁ ରଖିବ ଅନନ୍ତ କେ କରିପାରିବ ବଳବନ୍ତ।’
जाको राखे साईंया मार सके ना कोय !
मध्यप्रदेश के रायसेन जिले का यह वीडियो जिसमे चूहे और साँप की दौड़ में बालक बाल बाल बचा। pic.twitter.com/HGoaXXOgg0
— हितानंद Hitanand (@HitanandSharma) September 10, 2021
ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବାଳକ ଆସି ଦୋକାନରେ ବସୁଛନ୍ତି। ଏହି ସମୟରେ ଦୋକାନ ଉପରେ କିଛି ହଲଚଲ ହେଉଥିବା ସେ ଅନୁଭବ କରିଥିଲେ। ଏପରି ପରିସ୍ଥିତିରେ ବାଳକ ଜଣକ ସେଠାରୁ ଉଠି ଚାଲି ଯାଇଥିଲେ । ଏହାର କିଛି ସମୟ ପରେ ଦେଖିବାକୁ ମିଳୁଛି ଦୋକାନ ଉପରୁ ଏକ କଳାରଙ୍ଗର ନାଗ ସାପ ବାଳକ ବସିଥିବା ସ୍ଥାନରେ ଆସି ପଡ଼ୁଛି। ଏକ ମୂଷାକୁ ଗୋଡାଇ ଗୋଡାଇ ଦୋକାନ ବାହାରକୁ ସାପଟି ଚାଲି ଯାଉଛି। ସୌଭାଗ୍ୟବଶତଃ ବାଳକର ଜୀବନ ବଞ୍ଚି ଯାଇଛି।ଏହି ଭିଡିଓକୁ ହିତାନନ୍ଦ ଶର୍ମା ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।
The post ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚିଗଲେ ଦୋକାନୀ: ଭିଡିଓ ଦେଖନ୍ତୁ first appeared on Sambad.from ବିଶେଷ | Sambad https://ift.tt/3tBR2N0
0 Comments