
ନୂଆଦିଲ୍ଲୀ: ବେଲଜିୟମର ଜଣେ ମହିଳାଙ୍କୁ ପ୍ରାଣୀ ଉଦ୍ୟାନ ଭିତରେ ଥିବା ଏକ ଶିମ୍ପାଞ୍ଜିକୁ ଦେଖିବାକୁ ବାରଣ କରାଯାଇଛି। ଦୁହିଁଙ୍କର ପ୍ରେମ ସମ୍ପର୍କ ଥିବା ପ୍ରାଣୀ ଉଦ୍ୟାନ ପ୍ରଶାସନ ସନ୍ଦେହ କରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଆପଣ ଅନେକ ପ୍ରେମ କାହାଣୀ ଶୁଣିଥିବେ, କିନ୍ତୁ ଏହି ଘଟଣା ଏକଦମ ଅଜବ | ଉକ୍ତ ମହିଳା ନିଜେ ଶିମ୍ପାଜି ସହିତ ପ୍ରେମ ସମ୍ପର୍କ ଚାଲିଥିବା ବିଷୟରେ କହିଛନ୍ତି। ସୂଚନା ମୁତାବକ ଏଡି ଟିମର୍ମନ୍ସ ନାମକ ଜଣେ ମହିଳା ବେଲଜିୟମର ଆଣ୍ଟୱର୍ପ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରି ସେଠାରେ ଏକ ୩୮ ବର୍ଷୀୟ ଶିମ୍ପାଜିକୁ ଭେଟିଥିଲେ | ସେ ଗତ ୪ ବର୍ଷ ଧରି କ୍ରମାଗତ ଭାବରେ ଉକ୍ତ ଶିମ୍ପାଞ୍ଜିକୁ ଭେଟୁଥିଲେ |
ମହିଳା ଜଣକ କହିଥିଲେ ଯେ ଶିମ୍ପାଞ୍ଜି ଓ ତାଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ବନ୍ଧନ ସୃଷ୍ଟି ହୋଇଛି ଏବଂ ଦୁହେଁ ପରସ୍ପରକୁ ଭଲ ପାଆନ୍ତି | ପ୍ରାଣୀ ଉଦ୍ୟାନର ଅଧିକାରୀମାନେ କହିଛନ୍ତି ଯେ ଚିଟା ନାମକ ଉକ୍ତ ଶିମ୍ପାଞ୍ଜିକୁ ମହିଳାଙ୍କୁ ଆଉ ଭେଟିବାକୁ ଦିଆଯିବ ନାହିଁ। ଆହୁରି ମଧ୍ୟ, ଉକ୍ତ ଶିମ୍ପାଞ୍ଜିକୁ ବାକି ଶିମ୍ପାଞ୍ଜିଠାରୁ ଅଲଗା ରଖାଯାଇଛି | ମହିଳା ଏହାକୁ ବିରୋଧ କରି କହିଥିଲେ ଯେ ଉଭୟ ପରସ୍ପରକୁ ଭଲ ପାଆନ୍ତି। ମହିଳା ଜଣକ କହିଛନ୍ତି ଯେ ଯେତେବେଳେ ଅନ୍ୟ ଲୋକଙ୍କୁ ଏହି ଶିମ୍ପାଞ୍ଜିକୁ ଭେଟିବାକୁ ଅନୁମତି ଦିଆଯାଉଛି, ତେବେ ସେମାନେ କାହିଁକି ପରସ୍ପରକୁ ଭେଟିପାରିବେ ନାହିଁ? ପ୍ରାଣୀ ଉଦ୍ୟାନର ଅଧିକାରୀମାନେ କହିଛନ୍ତି ଯେ ପଶୁଙ୍କ ସ୍ୱାର୍ଥରେ ଏହି ପଦକ୍ଷେପ ନିଆଯାଇଛି ।
ଜଣେ ଅଧିକାରୀ କହିଛନ୍ତି ଯେ ମଣିଷ ସହିତ ନିକଟତର ହେଉଥିବା ପଶୁକୁ ତା’ର ସାଥୀ ପ୍ରାଣୀମାନେ ଅଣଦେଖା କରନ୍ତି | ପ୍ରାଣୀ ଉଦ୍ୟାନରେ କେବଳ ଦିନରେ ହିଁ ଶିମ୍ପାଞ୍ଜି ମଣିଷକୁ ଭେଟିଥାନ୍ତି, ଅବଶିଷ୍ଟ ୧୫ ଘଣ୍ଟା ତାଙ୍କୁ ନିଜ ସାଥି ଶିମ୍ପାଞ୍ଜିମାନଙ୍କ ସହିତ ବିତାଇବାକୁ ପଡିବ | ତେଣୁ ମହିଳା ଜଣକ ଆସିଲେ କାଳେ ଶିମ୍ପାଞ୍ଜିକୁ ଅନ୍ୟ ଶିମ୍ପାଞ୍ଜିମାନେ ଅଲଗା କରିଦେବେ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି |
The post ଶିମ୍ପାଞ୍ଜି ପ୍ରେମରେ ପଡ଼ିଯିବାରୁ ଚିଡିଆଖାନା ଆସିବାକୁ ମହିଳାଙ୍କୁ ବାରଣ କଲେ କର୍ତ୍ତୃପକ୍ଷ first appeared on Sambad.from ବିଶେଷ | Sambad https://ift.tt/3zdSoPI
0 Comments