କିଛି ଏମିତି ଥିଲା ହାଭାର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ତଥା ନୂଆ କ୍ୟାବିନେଟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଯାତ୍ରା

ନୂଆଦିଲ୍ଲୀ: ଶେଷରେ ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ | ମଧ୍ୟପ୍ରଦେଶ ରାଜନୀତିର ଜଣେ ଟାଣୁଆ ନେତା ଭାବେ ପରିଚିତ ସିନ୍ଧିଆ କିଛି ଦିନ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ |

ଏମିତି ଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ରାଜନୈତିକ ଯାତ୍ରା
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ରାଜନୈତିକ ଯାତ୍ରା ୨୦୦୨ରେ ଆରମ୍ଭ ହୋଇଥିଲା। ୨୦୦୨ ମସିହାରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଜ୍ୟୋତିରାଦିତ୍ୟ ତାଙ୍କ ପିତା ମାଧବରାଓ ସିନ୍ଧିଆଙ୍କ ମୃତ୍ୟୁ ପରେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେପ୍ଟେମ୍ବର ୧୮, ୨୦୦୧ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେତେବେଳେ ସେ ଗୁନାରୁ ଲୋକସଭା ସାଂସଦ ଥିଲେ। ଜ୍ୟୋତିରାଦିତ୍ୟ ପ୍ରଥମ ଥର ପାଇଁ ଗୁନା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଫେବୃଆରୀ ୨୦୦୨ରେ ୪.୫ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ। ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ କଲେଜରେ ପାଠ ପଢିବା ପରେ ସେ ଉଚ୍ଚ ଶିକ୍ଷା ପାଇଁ ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟି ଯାଇଥିଲେ।

ଯଦିଓ ଜ୍ୟୋତିରାଦିତ୍ୟ ଅକ୍ସଫୋର୍ଡରେ ଆଡମିଶନ ପାଇପାରିନଥିଲେ, ତେବେ ସେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ। ୧୯୯୧ ମସିହାରେ ପାଠପଢା ସମାପ୍ତ କରିବା ପରେ ଜ୍ୟୋତିରାଦିତ୍ୟ ଲସ୍ ଆଞ୍ଜେଲସରେ ଅନ୍ତର୍ଜାତୀୟ କମ୍ପାନୀ ମେରିଲ୍ ଲିଞ୍ଚରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ | ଏହା ପରେ ସେ ନ୍ୟୁୟର୍କରେ ମିଳିତ ଜାତିସଂଘରେ ମଧ୍ୟ କିଛି ସମୟ କାମ କରିଥିଲେ। ଅଗଷ୍ଟ ୧୯୯୩ ରେ ଭାରତ ଫେରିବା ପରେ ସେ ମୁମ୍ବାଇର ମୋର୍ଗାନ ଷ୍ଟାନଲି କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଥିଲେ।

The post କିଛି ଏମିତି ଥିଲା ହାଭାର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ତଥା ନୂଆ କ୍ୟାବିନେଟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଯାତ୍ରା first appeared on Sambad.

from ବିଶେଷ | Sambad https://ift.tt/3hnPFNj

Post a Comment

0 Comments