
ନୂଆଦିଲ୍ଲୀ: ମା’ ମଣିଷର ହୋଇଥାଉ କି ପଶୁର ସେ ତାର ସନ୍ତାନ ପାଇଁ ଜୀବନ ଦେବାକୁ ପଛାଇ ନଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ମାଙ୍କଡ଼ଟିଏ ତାର ଛୁଆକୁ ନେଇ ବସିଛି। ଏହି ସମୟରେ ଜଣେ ବ୍ୟକ୍ତି ଉକ୍ତ ମାଙ୍କଡ଼ ଓ ତାର ଛୁଆର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମା’ମାଙ୍କଡ଼କୁ ତାହା ପସନ୍ଦ ନଆସିବାରୁ ସେ ବ୍ୟକ୍ତିଙ୍କ ହାତକୁ ଧକ୍କା ଦେଇ ଫୋନ ଖସାଇ ଦେବାକୁ ଚେଷ୍ଟା କରୁଛି।
View this post on Instagram
ବ୍ୟକ୍ତି ଜଣକ ବି ମାଙ୍କଡ଼ କ’ଣ ଚାହୁଁଛି ତାହାକୁ ଦୃଷ୍ଟି ନେଦେଇ ଫଟୋ ଉଠାଇ ଚାଲିଥିଲେ।
ଏହି ଭିଡିଓକୁ ୨୪ ବାର୍ଡ ଆନିମଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓକୁ ଏଯାବତ ୧୪ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ମାଙ୍କଡ଼କୁ ହଇରାଣ କରୁଥିବା ହେତୁ ଉକ୍ତ ବ୍ୟକ୍ତିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
The post ଛୁଆର ଫଟୋ ନେବା ମା‘ମାଙ୍କଡ଼କୁ ପସନ୍ଦ ଆସିଲା ନାହିଁ, ବ୍ୟକ୍ତି ସହ କଲା ଏଭଳି କାମ first appeared on Sambad.from ବିଶେଷ | Sambad https://ift.tt/3evcc9d
0 Comments