ବରକୁ ବସାଇ ୪କିମି ପର୍ଯ୍ୟନ୍ତ ଦୌଡ଼ି ପଳାଇଲା ଘୋଡା !

ନୂଆଦିଲ୍ଲୀ: ରାଜସ୍ଥାନର ଅଜମେରର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଆପଣ ବି ଏହି ଭିଡିଓକୁ ଦେଖି ହସିହସି ବେଦମ ହୋଇଯିବେ। କିନ୍ତୁ ଯାହାଙ୍କ ସହିତ ଏହି ଘଟଣା ଘଟିଛି ସେ ପୂରାପୂରି ଭୟଭୀତ ହୋଇଯାଇଥିଲେ। ଭାଇରାଲ ଭିଡିଓଟି ଅଜମେର ଜିଲ୍ଲାର ନସିରାବାଦ କସୱେର ରାମପୁରା ଗ୍ରାମର କୁହାଯାଉଛି।

ଏଠାରେ କିଛିଦିନ ତଳେ ଅର୍ଥାତ ଜୁଲାଇ ୧୮ ତାରିଖରେ ଏକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏହି ସମୟରେ ବାଣ ଫୁଟା ଯିବାରୁ ବର ବସିଥିବା ଘୋଡାଟି ହଠାତ ଦୌଡ଼ିବାକୁ ଲାଗିଥିଲା। ଘୋଡାକୁ ଦୌଡ଼ିବା ଦେଖି ବରଯାତ୍ରୀ ବି ତାକୁ ଅଟକାଇବା ପାଇଁ ତା’ ପଛରେ ପଛରେ ଦୌଡ଼ିଥିଲେ। ତେବେ ଉକ୍ତ ଘୋଡା ଉପରେ ବସିଥିବା ବର ଏହି ଘଟଣାରେ ପୂରାପୂରି ଭୟଭୀତ ହୋଇ ଯାଇଥିଲେ। ଶେଷରେ ଲୋକେ କାର ଓ ବାଇକ ଧରି ଦୌଡ଼ୁ ଥିବା ଘୋଡାର ପିଛା କରିଥିଲେ ଆଉ ତାକୁ ଅଟକାଇବାରେ ସଫଳ ହୋଇଥିଲେ। ଏହି ଘଟଣାପରେ ବର ଅସୁସ୍ଥ ହୋଇ ପଡ଼ିଥିଲେ। ସୁସ୍ଥ ହେବାପରେ ବିବାହ ସମ୍ପର୍ଣ୍ଣ ହୋଇଥିଲା।

The post ବରକୁ ବସାଇ ୪କିମି ପର୍ଯ୍ୟନ୍ତ ଦୌଡ଼ି ପଳାଇଲା ଘୋଡା ! first appeared on Sambad.

from ବିଶେଷ | Sambad https://ift.tt/3iG4UAw

Post a Comment

0 Comments