
ନୂଆଦିଲ୍ଲୀ: ନାମ ହରବଂଶ ସିଂହ। ବୟସ ୧୦୦ବର୍ଷ। ଏଭଳି ପରିଣତ ବୟସରେ ରିକ୍ସାରେ ବୁଲିବୁଲି ଆଳୁ ଓ ପିଆଜ ବିକ୍ରି କରିବା ହରବଂଶଙ୍କୁ ବହୁତ କଷ୍ଟ ହୋଇଥାଏ। ଏହା ସତ୍ତ୍ବେ ବି ସେ ଖୁସିଖୁସିରେ ଏହାକୁ କରିଥାଆନ୍ତି। ତେବେ ଏସବୁ ସେ ନିଜ ପାଇଁ ନୁହେଁ ତାଙ୍କ ଅନାଥ ନାତି-ନାତୁଣୀଙ୍କୁ ପାଳିବା ସହିତ ତାଙ୍କୁ କିପରି ସଠିକ ଭାବେ ପାଠପଢ଼ା ପାରିବେ ସେଥିପାଇଁ କରିଥାଆନ୍ତି।
100-year-old man sells vegetables on cart to feed his orphan grandchildren pic.twitter.com/Ob8DwNz3GZ
— The Times Of India (@timesofindia) July 16, 2021
ସୋସିଆଲ ମିଡିଆରେ ପଞ୍ଜାବର ମୋଗାରେ ବସବାସ କରୁଥିବା ହରବଂଶ ସିଂହଙ୍କ କାହାଣୀ ଭାଇରାଲ ହେଉଛି। ଲୋକମାନେ ବୃଦ୍ଧଙ୍କ ସଂଘର୍ଷ ଦେଖି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଦୁଃଖର ବିଷୟ କି ହରବଂଶ ସିଂହ ଦୁଇବର୍ଷ ପୂର୍ବରୁ ତାଙ୍କର ଗୋଟିଏ ପୁଅକୁ ହରାଇ ଦେଇଥିବା ବେଳେ ଆଉ ଗୋଟିଏ ପୁଅ ଫଳ ବ୍ୟବସାୟ କରେ । ଯିଏକି ଅନେକ ଦିନ ହେବ ତାଙ୍କ ଠାରୁ ଅଲଗା ହୋଇଯାଇଛି। ହରବଂଶ ଅନେକ ବର୍ଷ ହେବ ପନିପରିବା ବ୍ୟବସାୟ କରିଆସୁଛନ୍ତି।
The post ଅନାଥ ନାତି-ନାତୁଣୀଙ୍କୁ ପାଳିବା ପାଇଁ ୧୦୦ବର୍ଷ ବୟସରେ ରିକ୍ସାରେ ବୁଲିବୁଲି ପରିବା ବିକ୍ରି କରୁଛନ୍ତି ବୃଦ୍ଧ first appeared on Sambad.
from ବିଶେଷ | Sambad https://ift.tt/3BgCmGg
0 Comments