
କଟକ: ହାଇଦରର ଜ୍ବାଇଁ ଆଣିଥିବା ପଲସର୍ ବାଇକରେ ପୁଅ ଆଜାରୁଦ୍ଦିନ, ପିଉସୀ ପୁଅ ଭାଇ କାଳିଆ ଓ ସାନ ଜ୍ବାଇଁ ହାଇଦରକୁ କଟକ ବଡ ମେଡିକାଲକୁ ଖୋର୍ଧା ଆଡ଼କୁ ଏପ୍ରିଲ ୧୦ ତାରିଖରେ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଏକ ମାରୁତି ସୁଇପ୍ଟ ଡିଜାୟାର୍ କାର୍ରେ ହାଇଦର୍ ସମେତ ଆଜାରୁଦ୍ଦିନ ଓ କାଳିଆ ତେଲେଙ୍ଗାନା ଆଡ଼କୁ ଯାଇଥିଲେ। କାର୍ ପଛରେ ବାଇକ୍ ଧରି ଯାଇଥିଲା ସାନ ଜ୍ବାଇଁ। ହାଇଦରାବାଦର କିଙ୍ଗ୍ କୋଟିରେ ଏପ୍ରିଲ ୧୧ ତାରିଖ ରାତିରେ ସମସ୍ତେ ପହଞ୍ଚିଥିଲେ। ସମସ୍ତେ ଗୋଟିଏ ରାତି ଏକାଠି କଟାଇଥିଲେ। ସେଠାରେ ଆଜାରୁଦ୍ଦିନ ଭଡ଼ା ଘରେ ପୂର୍ବରୁ ରହୁଥିଲା। ପରଦିନ ସକାଳୁ ହାଇଦର୍କୁ ଜାହିରାବାଦ୍ରେ ଥିବା ନିଜ ବନ୍ଧୁଙ୍କ ଘରକୁ ଆଜାରୁଦ୍ଦିନ ଆଶ୍ରୟ ନେବାକୁ ପଠାଇ ଦେଇଥିଲା। ଆଜାରୁଦ୍ଦିନ, କାଳିଆ, ସାନ ଜ୍ବାଇଁ ସେଠୁ ୧୨ ତାରିଖରେ ମହାରାଷ୍ଟ୍ର ଆଡ଼କୁ ଚାଲିଯାଇଥିବା କୁହାଯାଉଛି। ଏପ୍ରିଲ ୧୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ପୁଲିସ ହାଇଦର୍କୁ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ଜାହିରାବାଦ୍ରୁ ଗିରଫ କରିଥିଲା। ଏହି ଘଟଣାରେ ହାଇଦରର ସଂପର୍କୀୟ ଓ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
କିନ୍ତୁ ହାଇଦର ଫେରାର ପଛରେ କଣ ସେହିମାନେ କେବଳ ସଂପୃକ୍ତ। ହାଇଦାର ବାରମ୍ବାର ଜେଲରୁ ମେଡିକାଲ ଆସୁଥିଲା। ଏମିତିକି ହାଇଡ୍ରୋସିଲ୍ ଅପରେସନ ପାଇଁ ସମ୍ବଲପୁର ଜେଲରୁ ସେ କଟକ ବଡ ମେଡିକାଲ ଆସିଥିଲା। ଏଠି ଲମ୍ବା ସମୟ ରହିବା ସହିତ ତାକୁ ଏସସିବିରେ ଏସି କ୍ୟାବିନ୍ ମିଳିଥିଲା। ବିନା ହ୍ୟାଣ୍ଡକପରେ ରଖାଯାଇଥିଲା। କାହା ନିର୍ଦ୍ଦେଶରେ ଏସବୁ ସମ୍ଭବ ହେଉଥିଲା? ହାଇଦର ମୁହଁ ଖୋଲିବା ପୂର୍ବରୁ ତାକୁ ଚୁପ୍ କରି ଦିଆଗଲା କି?

ବାରମ୍ବାର ଯାଉଥିଲା ଜେଲ୍ରୁ ହସ୍ପିଟାଲ
ଗ୍ୟାଙ୍ଗଷ୍ଟର୍ ହାଇଦର୍ ୨୦୧୮ ଜୁନ୍ ୧୮ ତାରିଖରେ ସମ୍ବଲପୁର ସର୍କଲ ଜେଲ୍କୁ ଆସିବା ପୂର୍ବରୁ କଟକ ବଡ଼ ଡାକ୍ତରଖାନାର ସର୍ଜରି, ଏଣ୍ଡୋକ୍ରାଇନୋଲଜି, ସ୍ନାୟୁଶଲ୍ୟ, ଚର୍ମ, ମେଡିସିନ୍, ମୁତ୍ର ରୋଗ, ଅସ୍ଥିଶଲ୍ୟ ବିଭାଗରେ ଜେଲ୍ ପକ୍ଷରୁ ଚିକିତ୍ସା କରାଯାଇଥିଲା। ପୂର୍ବରୁ ସେ ଏକାଧିକ ରୋଗରେ ଚିକିତ୍ସିତ ହେଉଥିବାରୁ ସମ୍ବଲପୁର ଜେଲ୍ରେ ରହିବା ଭିତରେ ୨୦୨୦ ଫେବ୍ରୁଆରି ୨୫ ତାରିଖ ଓ ୨୦୨୦ ଏପ୍ରିଲ ୨୩ ତାରିଖରେ ତାକୁ ଭିମସାର୍କୁ ଚିକିତ୍ସା ପାଇଁ ନିଆଯାଇଥିଲା।
ଭିମସାର୍ ସର୍ଜରି ବିଭାଗର ଆଉଟଡୋର୍ ହାଇଦର୍କୁ ସିଟିଭିଏସ୍ ଓ ପ୍ଲାଷ୍ଟିକ ସର୍ଜରି ପାଇଁ କଟକ ବଡ଼ ମେଡିକାଲ୍ ରେଫର୍ କରିଥିଲା। କିନ୍ତୁ ସେହି ସମୟରେ କରୋନା ସ˚କ୍ରମଣ ଯୋଗୁ ହାଇଦର୍ କଟକ ବଡ଼ ମେଡିକାଲ୍ ଆସି ପାରିନଥିଲା। ୨୦୨୦ ଡିସେମ୍ବର ୨୯ ତାରିଖରେ ଚକ୍ଷୁ ପରୀକ୍ଷା ପାଇଁ ତାକୁ ଭିମସାର୍ ନିଆଯାଇଥିଲା। ସେଠାକାର ଚକ୍ଷୁ ବିଭାଗ ଆଉଟଡୋର୍ର ପରାମର୍ଶ କ୍ରମେ ହାଇଦର୍କୁ ବଡ଼ ମେଡିକାଲ୍କୁ ୨୦୨୧ ଜାନୁଆରି ୨୩ ତାରିଖରେ କଟକ ବଡ଼ ମେଡିକାଲ୍ ଚକ୍ଷୁ ବିଭାଗକୁ ଅଣାଯାଇଥିଲା। ବଡ଼ ମେଡିକାଲ୍ରେ ହାଇଦର୍ ପ୍ଲାଷ୍ଟିକ ସର୍ଜରି, ଜେନେରାଲ୍ ସର୍ଜରି, ନେଫ୍ରୋଲଜି, ନ୍ୟୁରୋଲଜି, ଅର୍ଥୋପେଡିକ୍, ୟୁରୋଲଜି ବିଭାଗରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା।
ନେଫ୍ରୋଲଜି, ଚକ୍ଷୁ, ନ୍ୟୁରୋଲଜି ବିଭାଗ ତାକୁ ଏକ ମାସ ପରେ ପୁଣି ଥରେ ଆସିବାକୁ ପରାମର୍ଶ ଦେଇଥିଲା। ୨୦୨୧ ଫେବ୍ରୁଆରି ୨୩ ତାରିଖରେ ସମ୍ବଲପୁର ଜେଲ୍ ପକ୍ଷରୁ ପୁଣି ଅଣାଯାଇଥିଲା। ବଡ଼ ମେଡିକାଲ୍ ସର୍ଜରି ବିଭାଗ ପକ୍ଷରୁ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ଆବଶ୍ୟକତା ଥିବା କୁହାଯାଇଥିଲା। ହାଇଡ୍ରୋସିଲ୍ ଭଳି ରୋଗର ଅପରେସନ୍ ଭିମ୍ସାର୍ରେ ନହେବା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥିବା କୁହାଯାଉଛି। ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ସର୍ଜରି ଵାର୍ଡରେ ହାଇଦର୍କୁ ଏସି କ୍ୟାବିନ୍ ମିଳିବା ଘଟଣାରେ ବଡ଼ ମେଡିକାଲ୍କୁ ଅଡ଼ୁଆରେ ପକାଇଥିଲା।
The post ଲୁଚିଯିବ ହାଇଦରର ଫେରାର ପଛର ରହସ୍ୟ! first appeared on Sambad.from ବିଶେଷ | Sambad https://ift.tt/2W9i5SY
0 Comments