ଶିଶୁର ଜୀବନ ବଞ୍ଚାଇବା ପାଇଁ ୧୬ମହଲାରୁ ତଳକୁ ଫିଙ୍ଗି ଦେଲା ମା’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଗିରଫ ପରେ ହିଂସା ଜାରି ରହିଛି। ଅନେକ ସହରର ଲୋକ ଏହାକୁ ବିରୋଧ କରୁଛନ୍ତି। ଏଯାବତ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ପରିସ୍ଥିତି ବହୁତ ଖରାପ ରହିଥିବା କୁହାଯାଉଛି। ଏହି କ୍ରମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମା’ ନିଆଁ ଲାଗିଥିବା କୋଠରୁ ଶିଶୁକୁ ବଞ୍ଚାଇବା ପାଇଁ ତଳକୁ ଫିଙ୍ଗି ଦେଇଥିଲା। ଏହି ଘଟଣାର ଏକ ଭିଡଓ ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି, ଡରବାନର ସେଣ୍ଟ୍ରାଲ ବିଜନେସ ଡିଷ୍ଟ୍ରିକ୍ଟର ଗ୍ରାଉଣ୍ଡ ଫ୍ଲୋରରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥି‌ଲେ। ଏହି କାରଣରୁ ଉପର ମହଲାରେ ଲୋକମାନେ ଫସି ଯାଇଥିଲେ। ଫସିଥିବା ଲୋକଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ରହିଥିଲେ। ତେବେ ଏଭଳି ଭୟାବହ ପରିସ୍ଥିତି ଦେଖି ଜଣେ ମା’ ତାର ଶିଶୁକୁ ବଞ୍ଚାଇବା ପାଇଁ ତଳକୁ ଫଙ୍ଗି ଦେଇଥିଲା।

 

ପ୍ରକାଶିତ ରିପୋର୍ଟ ମୁତାବକ, ମହିଳା ୧୬ମହଲାରେ ଥିବା ବେଳେ ଏହି ନିଆଁ ଲାଗିଥିଲା। ସେ ଶିଢ଼ିରେ ତଳକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ତଳେ ଥିବା ଲୋକମାନେ ତାଙ୍କ ହାତରେ ଶିଶୁ ଥିବା ଦେଖି ଚତ୍କାର କରି କହିଥିଲେ, ଶିଶୁକୁ ତଳକୁ ଫିଙ୍ଗି ଦିଅ। ଆମେ ତାକୁ ସୁରକ୍ଷିତ ଭାବେ ଧରି ନେବୁ।

ଏହାଶୁଣି ମା’ ନିଜ ଛାତିକୁ ପଥର କରି ଶିଶୁ ଜୀବନ ବଞ୍ଚାଇବା ପାଇଁ ତଳକୁ ଫିଙ୍ଗି ଦେଇଥିଲା। ଆଉ ତଳେ ଥିବା ଲୋକମାନେ ଶିଶୁକୁ ଧରି ନେଇଥିଲେ। ମା’ ତଳକୁ ଆସିବା ପରେ ଲୋକେ ଶିଶୁକୁ ଦେଇଥିଲେ।

ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଥିବା ବେଳେ ଏହା ଏକ ଦୁଃଖଦ ଲୋମଟାଙ୍କୁରା ଭିଡିଓ ବୋଲି କୁହାଯାଉଛି।

 

The post ଶିଶୁର ଜୀବନ ବଞ୍ଚାଇବା ପାଇଁ ୧୬ମହଲାରୁ ତଳକୁ ଫିଙ୍ଗି ଦେଲା ମା’ first appeared on Sambad.

from ବିଶେଷ | Sambad https://ift.tt/3zjtcY3

Post a Comment

0 Comments