ଲୋକଙ୍କୁ ଟିକା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଲେ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: କରୋନା କାଳରେ ଅନେକ ସ୍ବାସ୍ଥ୍ୟକର୍ମୀ ଲୋକଙ୍କୁ ନିଜ ସେବା ଯୋଗାଇବା ସମୟରେ ସଂକ୍ରମିତ ‌ହୋଇ ପ୍ରାଣ ହରାଇଛନ୍ତି। ଏହାପରେ ବି ସ୍ବାସ୍ଥ୍ୟକର୍ମୀ ନିଜ କର୍ତ୍ତବ୍ୟରେ କେବେ ହେଳା କରି ନାହାନ୍ତି। ଯାହାର ଉଦାହରଣ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଏହି ଭିଡିଓରେ କୋଭିଡ-୧୯ ଟିକାକରଣ ଅଭିଯାନକୁ ଆୟୋଜନ କରିବା ପାଇଁ ଟିମ ନଦୀ ପାର କରୁଥିବା ଦେଖିବାକୁ ମିଳିଛି। କାରଣ ନିଶ୍ଚିତ ହୋଇଥିବା ସମୟରେ କ୍ୟାମ୍ପ ପ୍ରସ୍ତୁତ ହୋଇଗଲେ ଲୋକଙ୍କୁ ଟିକା ଦିଆଯାଇ ପାରିବ। ଆଉ କରୋନା ସଂକ୍ରମଣକୁ ହରାଇ ପାରିବା।

 

ଭାଇରାଲ ହୋଇଥିବା ଭିଡିଓରେ ସ୍ବାସ୍ଥ୍ୟକର୍ମୀ ହୁହୁ ହୋଇ ବୋହି ଯାଉଥିବା ନଦୀର ଆଣ୍ଠୁଏ ପାଣି ଭିତରେ ପଶି କୂଳକୁ ଆସିବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡିଓକୁ ନେଇ କୁହାଯାଉଛି ସ୍ବାସ୍ଥ୍ୟକର୍ମୀ ଟିମ ଜମ୍ମୁ କଶ୍ମୀରର ରାଜୌରୀର ଦୂରଦରାଜ ତ୍ରାଲ୍ଲା ଗ୍ରାମରେ କ୍ୟାମ୍ପ ଆୟୋଜିତ କରିବାକୁ ଯାଉଥିଲେ। ସ୍ବାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଥିବା ସମୟରେ କେହି ଜଣେ କ୍ୟାମେରାରେ ଏଦୃଶ୍ୟ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ।

ଜମ୍ମୁ କଶ୍ମୀର ସମେତ ପୂରା ଦେଶରେ ଟିକାକରଣ ଅଭିଯାନ ଜୋରସୋର ଆରମ୍ଭ ହୋଇଯାଇଛି। ଏହି ଅଭିଯାନ କ୍ରମେ  କୋଭିଡ-୧୯ ଟିକାକରଣ ଅଭିଯାନ ଆୟୋଜିତ କରୁଥିବା ଟିମକୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ଅନେକ ଥର ଟିମ ଟିକା ଦେବା ପାଇଁ ଡଙ୍ଗ‌ାରେ ଭରା ନଦୀ ପାର ହେଉଥିବା ‌ବେଳେ ଆଉ କେତେ ବେଳେ ଟିମକୁ ଘଞ୍ଚ ଜଙ୍ଗଲ ଦେଇ ବି ଯିବାକୁ ହୋଇଥିବା ଖବର ସାମ୍ନାକୁ ଆସିଛି।

The post ଲୋକଙ୍କୁ ଟିକା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଲେ ସ୍ବାସ୍ଥ୍ୟକର୍ମୀ first appeared on Sambad.

from ବିଶେଷ | Sambad https://ift.tt/2VDeEDP

Post a Comment

0 Comments