
ଗ୍ୟାଙ୍ଗଷ୍ଟର୍ ହାଇଦର୍ର ୩ ଜଣ ବାନ୍ଧବୀ ଥିଲେ। ସମ୍ବଲପୁର ଜେଲ୍ରେ ଥିବା ବେଳେ ସେମାନଙ୍କ ସହିତ ନିୟମିତ ମୋବାଇଲ୍ରେ କଥା ହେଉଥିଲା ହାଇଦର୍। ବାଲେଶ୍ବରର ଅର୍ଚ୍ଚନା ପରିଡ଼ାକୁ ଭୁବନେଶ୍ବରରେ ଡାଟା ଏଣ୍ଟ୍ରି ଚାକିରି ଦେବାକୁ କହି ହାଇଦର୍ ଗ୍ୟାଙ୍ଗ୍ରେ ମିଶାଯାଇଥିଲା। ଅର୍ଚ୍ଚନା ସମେତ ବନିତା ରାଉତ ଓ ସୋନାଲି ସ୍ବାଇଁଙ୍କ ଭୂମିକାକୁ ନେଇ ଏବେ ପୁଲିସ ସନ୍ଦେହ କରୁଛି।
ହାଇଦର୍ ଅଳ୍ପ ବର୍ଷିୟା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଏମାନଙ୍କ ମୋବାଇଲ୍ରୁ ବ୍ୟବସାୟୀଙ୍କୁ ବଟି ମାଗୁଥିଲା। ବନିତାଙ୍କ ମୋବାଇଲ୍ରୁ କେନ୍ଦ୍ରାପଡ଼ାର ବ୍ୟବସାୟୀ ଶରତ ନାୟକଙ୍କୁ ବଡ଼ ଡାକ୍ତରଖାନାରୁ ଫେରାର ପରେ ପ୍ରାୟ ୫ ଲକ୍ଷ ଟଙ୍କା ବଟି ମାଗିଥିଲା। ହାଇଦର୍ ବଡ଼ ଡାକ୍ତରଖାନା ଆସିବା ପରଠାରୁ ଅର୍ଚ୍ଚନା ଓ ବନିତା ଛାଇ ଭଳି ତା’ ପାଖାପାଖେ ରହୁଥିଲେ। ନର୍ସଙ୍କୁ ହାଇଦର୍ ଟଙ୍କା ଦେଇ କ୍ୟାବିନ୍କୁ ଆସିବାକୁ ମନା କରିଥିଲା। ସେବା ନାଁରେ ଏହି ଦୁଇ ଅଳ୍ପ ବର୍ଷିୟା ଯୁବତୀ ହାଇଦର୍ ରହୁଥିବା କ୍ୟାବିନ୍ରେ ରହୁଥିବା କୁହାଯାଉଛି।
The post ହାଇଦର୍ର ପ୍ରେମିକା ସଉକ୍ first appeared on Sambad.from ବିଶେଷ | Sambad https://ift.tt/3eUNsHv
0 Comments