
ନୂଆଦିଲ୍ଲୀ: କେନ୍ଦମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ବହୁ ସକ୍ରିୟ ରହିଥାଆନ୍ତି। ଅନେକ ସମୟରେ ସେ ତାଙ୍କ ପ୍ରଶଂସକମାନଙ୍କ ସହିତ ମଜାଳିଆ କଥା ବି ହୋଇଥାଆନ୍ତି। ମଙ୍ଗବାର ସେ ତାଙ୍କ ଫଲୋୟର୍ସଙ୍କ ସହିତ ଇନଷ୍ଟାଗ୍ରାମରେ ଏକ ହୃଦୟସ୍ପର୍ଶୀ ଫଟୋ ସେୟାର କରିଛନ୍ତି।
View this post on Instagram
ସ୍ମୃତି ଇରାନୀ ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଧରିଥିବା ଜଣେ ଛୋଟ ଶିଶୁର ଫଟୋ ସେୟାର କରିଛନ୍ତି। ଆଉ ଏହି ଫଟୋଟି ଦେଖିବାକୁ ଯେତିକି ସୁନ୍ଦର ହୋଇଛି ସେତିକି ହୃଦୟସ୍ପର୍ଶୀ ମଧ୍ୟ । ଏହି ପୋଷ୍ଟକୁ ଏଯାବତ ୩୨ ହଜାରରୁ ଅଧିକ ଲୋକ ଲାଇକ କରି ସାରିଲେଣି।
ସ୍ମୃତିଙ୍କ ଏହି ପୋଷ୍ଟରେ ମୌନି ରାଏ ଓ ଦିବ୍ୟା ସେଠ ଶାହ ବି ପ୍ରତିକ୍ରିୟା ଦେଇଛନ୍ତି। ସ୍ମୃତି ଇରାନୀ ଅନେକ ସମୟରେ ମୂଲ୍ୟବାନ ଓ ମହତ୍ବପୂର୍ଣ୍ଣ ବାର୍ତ୍ତା ସହିତ ଭିଡିଓ ଓ ଫଟୋ ସେୟାର କରିଥାଆନ୍ତି।
The post ବର୍ଷାରେ ଭିଜୁଥିବା ଭଗବାନଙ୍କ ମୂର୍ତ୍ତିକୁ ଦେଖି ଛତା ଢ଼ାଙ୍କି ଦେଲା ଶିଶୁ: ସ୍ମୃତି ଇରାନୀ ସେୟାର କଲେ ଫଟୋ first appeared on Sambad.from ବିଶେଷ | Sambad https://ift.tt/3eEGJBl
0 Comments