ଛିଣ୍ଡା ଜୋତାର ମୂଲ୍ୟ ୯କୋଟି, ଜାଣନ୍ତୁ କାହିଁକି ଏତେ ରହିଛି ଦାମ

ନୂଆଦିଲ୍ଲୀ: ଛିଣ୍ଡା ଜୋତାର ଦାମକୁ ନେଇ ଚର୍ଚ୍ଚା | ଜୋତା ଛିଡି ଯାଇଥିଲେ ମଧ୍ୟ ଏହାକୁ ଯେତିକି ଟଙ୍କାରେ ନିଲାମ କରିବା ପାଇଁ ଯୋଜନା କରାଯାଉଛି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ହଳେ ପୁରୁଣା ଛିଣ୍ଡା ଜୋତାକୁ ୧.୨ ମିଲିୟନ୍ ଡଲାର୍ ବା ପାଖାପାଖି ୯ କୋଟି ଟଙ୍କାରେ ନିଲାମ କରିବାର ଲକ୍ଷ୍ୟ ରଖାଯାଇଛି।

ଏହା କୌଣସି ସାଧାରଣ ଜୋତା ନୁହେଁ। କାନାଡିଆନ୍ ଧାବକ ତଥା ଅଲିମ୍ପିଆନ୍ ହ୍ୟାରି ଜେରୋମ୍‍ଙ୍କ ପାଇଁ ଏହି ଜୋତା ତିଆରି ହୋଇଥିଲା। ନାଇକି କମ୍ପାନିର ସହ-ପ୍ରତିଷ୍ଠାତା ବିଲ୍ ବୋବରମ୍ୟାନ୍ ୧୯୬୦ ଦଶକରେ ଏହି ସ୍ପାଇକ୍ ଜୋତାଗୁଡ଼ିକୁ ନିଜ ହାତରେ ତିଆରି କରିଥିଲେ ଓ ପରବର୍ତ୍ତୀ ଦଶନ୍ଧିରେ ଜୋତାରେ କେତେକ ପରିବର୍ତ୍ତନ କରିଥିଲେ। ଏଥିରେ ନାଇକିର ପରୀକ୍ଷାମୂଳକ ‘ଲୋଗୋ’ ମଧ୍ୟ ରହିଛି।

ଏହି ବିରଳ ଜୋତା ନାଇକି କମ୍ପାନି ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ତିଆରି ହୋଇଥିବାରୁ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତା ୨୩ ତାରିଖ ‘୨୦୨୦ ଟୋକିଓ ଅଲିମ୍ପିକ୍ସ’ର ଉଦ୍‍ଘାଟନୀ ଉତ୍ସବ ଅବସରରେ ଏଗୁଡ଼ିକୁ ଅନ୍‍ଲାଇନରେ ନିଲାମ କରାଯିବ। ଏହା ୧.୨ ମିଲିୟନ୍ ଡଲାର୍‍ରୁ ଊର୍ଦ୍ଧ୍ବ ଅର୍ଥ ହାସଲ କରିବ ବୋଲି ନିଲାମକାରୀ ସଂସ୍ଥା ତରଫରୁ ପୂର୍ବାନୁମାନ କରାଯାଇଛି।

The post ଛିଣ୍ଡା ଜୋତାର ମୂଲ୍ୟ ୯କୋଟି, ଜାଣନ୍ତୁ କାହିଁକି ଏତେ ରହିଛି ଦାମ first appeared on Sambad.

from ବିଶେଷ | Sambad https://ift.tt/2VyEybZ

Post a Comment

0 Comments