କରୋନାଭାଇରସ୍ ମହାମାରୀଜନିତ ଅବସାଦ ଲାଘବ ପାଇଁ  ୩୬୫ ଦିନ ହେଲା ‘ମିଚିଗାନ୍‌ ହ୍ରଦ’କୁ ଡେଉଁଛନ୍ତି ଚିକାଗୋର ଜଣେ ବସ୍ ଚାଳକ

ଚିକା‌ଗୋ: ‌କରୋନାଭାଇରସ୍‌ ମହାମାରୀଜନିତ ମାନସିକ ଅବସାଦ ଲାଘବ ପାଇଁ ଚିକାଗୋର ଜଣେ ବସ୍‌ ଚାଳକ ଗତକାଲିକୁ ମିଶାଇ କ୍ରମାଗତ ୩୬୫ ଦିନ ହେବ ‘ମିଚିଗାନ୍‌ ହ୍ରଦ’କୁ ଡେଇଁଲେଣି।

ଡାନ୍‌ ଓ’କନୋର୍ ନାମଧ୍ୟେୟ ସେ ବସ୍‌ ଚାଳକ କହନ୍ତି, ମାନସିକ ଅବସାଦ ଲାଘବ ନିମନ୍ତେ ଗତବର୍ଷରୁ ସହରର ଉତ୍ତର ପାର୍ଶ୍ବରେ ଥିବା ‘ମିଚିଗାନ୍‌ ହ୍ରଦ’ର ‘ମଣ୍ଟ୍ରୋଜ୍‌ ହାର୍ବର୍‌’ରେ ମୁଁ ପାଣି ଭିତରକୁ ଲମ୍ଫ ଦେଉଛି।

ତିନୋଟି ସନ୍ତାର ଜନକ ଓ’କନୋର୍‌ ଆହୁରି ମଧ୍ୟ କହିଛନ୍ତି, ମହାମାରୀ ସମୟରେ, ପ୍ରତିବାଦ ସମୟରେ, କୌଣସି ନିର୍ବାଚନ ବର୍ଷରେ ମୁଁ ହ୍ରଦକୁ ଡିଏଁ। ଏଭଳି ସମୟରେ ମୁଁ ଏଠାକୁ ଆସି ସମସ୍ତ ପ୍ରକାର କୋଳାହଳଜନିତ କ୍ଳାନ୍ତିଠୁ ଦୂରେଇ ହ୍ରଦ ଭିତରକୁ ଚାଲିଯାଏ। କିଛି ସମୟ ପାଇଁ ମୁଁ ପରିତୃପ୍ତ ହୋଇଯାଏ।

Image Courtesy of Daily Advent

ଶରତ୍‌କାଳରୁ ଆରମ୍ଭ କରି ଶୀତଋତୁରେ ବି ସେ ହ୍ରଦକୁ ଡେଉଁଥିଲେ। ସେତେ‌ବେଳେ ବରଫ ପାଲଟି ଯାଇଥିବା ହ୍ରଦରେ ତାଙ୍କୁ ବଡ଼ ଗାତଟିଏ ଖୋଳିବାକୁ ପଡ଼ିଥିଲା। ଥରେ ସେହି ବରଫ ଗାତ ଭିତର ଦେଇ ହ୍ରଦକୁ ଡେଇଁ ଘରକୁ ଫେରିବା ପରେ ଦେଖିଲେ ତାଙ୍କ ଦେହରେ ୨୦ଟି ବରଫ ଆଞ୍ଚୁଡ଼ା ଓ କଟା ଦାଗ ପଡ଼ିଛି।

ସେ ଯେତେବେଳେ ହ୍ରଦଡିଆଁର ଭିଡିଓ ଟୁଇଟର୍‌ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ କଲେ, ସବୁଆଡୁ ତାଙ୍କୁ ସମର୍ଥନ ଓ ଉତ୍ସାହ ମିଳିଲା। ଲୋକେ ମନ୍ତବ୍ୟ ଦେଲେ, ଏହାକୁ ଦେଖି ମୋର ଦିନ ସୁଖକର ହେଉଛି। ଏ ଦୃଶ୍ୟ ଦେଖିବାକୁ ଖୁବ୍‌ ଚମତ୍କାର।

ଏଭଳି ପ୍ରେରଣାପ୍ରଦ ମନ୍ତବ୍ୟ ପାଇ ସେ ଖୁବ୍‌ ଉତ୍ସାହିତ ହୋଇଥିଲେ।

ଶନିବାର ଡିଆଁ ଥିଲା ତାଙ୍କ ପାଇଁ ଖୁବ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ସେ ଦିନ ତାଙ୍କ ହ୍ରଦଡିଆଁକୁ ବର୍ଷେ ପୂରିଲା। ଓ’କନୋର କହନ୍ତି, ୩୬୫ ଦିନ ପୂର୍ଣ୍ଣ ହେବାରୁ ସେ ଦିନଟିକୁ ମୁଁ ‘ସେଲିବ୍ରେଟ୍‌’ କରିବାକୁ ଚାହିଁଲି।

The post କରୋନାଭାଇରସ୍ ମହାମାରୀଜନିତ ଅବସାଦ ଲାଘବ ପାଇଁ  ୩୬୫ ଦିନ ହେଲା ‘ମିଚିଗାନ୍‌ ହ୍ରଦ’କୁ ଡେଉଁଛନ୍ତି ଚିକାଗୋର ଜଣେ ବସ୍ ଚାଳକ first appeared on Sambad.

from ବିଶେଷ | Sambad https://ift.tt/3znelMT

Post a Comment

0 Comments