ସମ୍ଭାବ୍ୟ ତୃତୀୟ ଲହର ପାଇଁ ସତର୍କତା

ପୃଥିବୀର ଅନେକ ଦେଶରେ ତୃତୀୟ ଲହର ଆସିଛି। ଅନେକ ଦେଶରେ ବି ଆସିନି ଏ ପର୍ଯ୍ୟନ୍ତ। ତେଣୁ ତୃତୀୟ ଲହର ପାଇଁ ଆମକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ରହିବାକୁ ପଡିବ। ଡେଲଟା ପ୍ଲସ୍‌ ଭାରିଆଣ୍ଟ୍‌ ଆମ ଦେଶରେ ମାତ୍ର ୭ଟି ଚିହ୍ନଟ ହୋଇଛି। ତାଙ୍କୁ ସଂଗରୋଧରେ ରଖାଯାଇଛି। ଆଗକୁ ଯଦି କିଏ ଏମିତି ଚିହ୍ନଟ ହେବେ ତାଙ୍କୁ ତୁରନ୍ତ ସଂଗରୁଦ୍ଧ କରାଗଲେ ଡେଲଟା ପ୍ଲସ୍‌ ବିଶେଷ କ୍ଷତି କରିବ ନାହିଁ।

ଖୁବ୍‌ଶୀଘ୍ର ସମସ୍ତଙ୍କୁ ଟିକାକରଣ ପାଇଁ ସରକାର ଚେଷ୍ଟା କରୁଛନ୍ତି। ଯାହା ଭିତ୍ତିଭୂମି ଲୋଡା ଆମେ ବି ତାକୁ ପ୍ରସ୍ତୁତ କରି ରଖିଛୁ। ଟିକାକରଣ କେନ୍ଦ୍ର ବି ଆମେ ଯଥେଷ୍ଟ ପରିମାଣରେ ପ୍ରସ୍ତୁତ କରି ରଖିଛୁ। ଆମର ଟିକାଦାତାମାନେ ଯଥେଷ୍ଟ ତାଲିମପ୍ରାପ୍ତ ହୋଇ ରହିଛନ୍ତି। ଆଗକୁ ଆହୁରି ଅନେକଙ୍କୁ ତାଲିମପ୍ରାପ୍ତ କରାଯିବ। ବର୍ତ୍ତମାନ କେବଳ ନିର୍ଭର କରୁଛି ଆମେ ଯଥେଷ୍ଟ ଟିକା ପାଇବା ଉପରେ। ଟିକା ମିଳିବା ଅନୁସାରେ ଆମେ ଟିକାକରଣ କରିପାରିବା। ଉପାନ୍ତ ଅଞ୍ଚଳରେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଲୋକମାନଙ୍କୁ ସଚେତନ କରାଯାଉଛି।

କୋଭିଡ୍‌ ପରବର୍ତ୍ତୀ ଜଟିଳତା: କୋଭିଡ୍‌ ହେବା ଦ୍ୱାରା ଭୂତାଣୁ ରୋଗୀ ଶରୀରର ଅନେକ କିଛି କ୍ଷତି କରିଦେଉଛି। ସାଇଟୋକାଇନ୍‌ ଟର୍ମ ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି। ଦ୍ୱିତୀୟ ସପ୍ତାହ ବେଳକୁ ଏହି ମୃତ୍ୟୁ ହେଉଥିବା ଦେଖାଯାଉଛି। କୋଭିଡ୍‌ ଦ୍ୱାରା ଅନେକ ଅଙ୍ଗ ନଷ୍ଟ ହୋଇଯିବା (ମଲ୍‌ଟି-ଅର୍ଗାନ୍ ଡ୍ୟାମେଜ୍) ପରେ ତାହା ଆଉ ସୁରକ୍ଷିତ ହୋଇ ରହୁନାହିଁ। ତାହା ଉପରେ ପରବର୍ତ୍ତୀ ଜଟିଳତା ଦେଖାଯାଉଛି। କୋଭିଡ୍‌ ହୋଇ ସାରିବା ପରେ ଏହିପରି ଅନେକ କାରକ କାମ କରୁଛି, ଯାହାଦ୍ବାରା ଆପଣ ସୁସ୍ଥ ହେବେ କି ନାହିଁ ଏବଂ ଆପଣଙ୍କର ସ୍ଥିତି କ’ଣ ରହିବ, ତାହା ଜଣାପଡ଼ିଥାଏ।

ସିବିକେ ମହାନ୍ତି, ଡିଏମ୍‌ଇଟି

The post ସମ୍ଭାବ୍ୟ ତୃତୀୟ ଲହର ପାଇଁ ସତର୍କତା first appeared on Sambad.

from ବିଶେଷ | Sambad https://ift.tt/3gRqFfY

Post a Comment

0 Comments