ବୃଦ୍ଧାଙ୍କ ହୃଦୟସ୍ପର୍ଶୀ ପ୍ରତିଭା ଦେଖି ସାହାଯ୍ୟ ପାଇଁ ଆଗେଇ ଆସିଲେ ଲୋକେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ବୃଦ୍ଧ ସୁନ୍ଦର ଭାବେ ଭାଓଲିନ ବଜାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି।  ଭିଡିଓ ସେୟାର କରିଥିବା ବ୍ୟକ୍ତି ଦାବି କରିଛନ୍ତି କି ବୃଦ୍ଧ ଜଣକ କୋଲକାତାର ବାସିନ୍ଦା। ଯିଏକି ଲକଡାଉନ ସମୟରେ ଭାଓଲିନ ବଜାଇ ଲୋକଙ୍କ ମନୋରଞ୍ଜ କରୁଛନ୍ତି।

ପେଟପାଟଣା ପାଇଁ ଅନ୍ୟମାନଙ୍କ ଭଳି କରୋନା କାଳରେ ବୃଦ୍ଧ ଜଣକ ବି ସଂଘର୍ଷ କରୁଛନ୍ତି। ସେ ଭାଓଲିନ ବଜାଇ ଦୁଇବେଳା ତାଙ୍କ ପାଇଁ ଖାଦ୍ୟ ଯୋଗାଡ କରି ପାରୁଛନ୍ତି। ଏହି ଭିଡିଓକୁ ଟୁଇଟରରେ ଆରିଫ ଶାହା ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଏହି ବୃଦ୍ଧ ବ୍ୟକ୍ତିଙ୍କ ପ୍ରତିଭାକୁ ଦେଖନ୍ତୁ।

ଏହି ଭିଡିଓ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ୭୨ହଜାରରୁ ଅଧିକ ଲୋକ ଏହାକୁ ଦେଖି ସାରିଥିବା ବେଳେ ଅଢ଼େଇ ହଜାଇ ଲାଇକ ମିଳି ସାରିଛି।

ଆଉ ଏକ ଟୁଇଟରେ ଆରିଫ ଲେଖିଛନ୍ତି, ଇଏ ଜଣେ କଳାକାର। ଯିଏ କି ସଂଘର୍ଷ କରୁଛନ୍ତି। ସେ ଲକଡାଉନ ସମୟରେ କୋଲକାତାରେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ଏହି ବୃଦ୍ଧଙ୍କ ନାମ ଭଗବାନ ମାଳି। ସେ ଗିରିଶ ପାର୍କ ପାଖରେ ବସବାସ କରନ୍ତି।

ଏହି ଦୁଇ ମିନିଟ ୫ସେକେଣ୍ଡ ଭିଡିଓରେ ଦେଖିବାକୁ ମିଳିଛୁ ଜଣେ ବୃଦ୍ଧ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇ ଭାଓଲିନ ବଜାଇଉଛନ୍ତି। ତାଙ୍କ ଭାଓଲିନରୁ ‘ଅଜିବ ଦାସ୍ତୋ…ହୈ ୟେ ଓ ଦିବାନୀ ହୁଆ ବାଦଲ’ ଶୁଣିବାକୁ ମିଳୁଛି।
ଭିଡିଓରେ ବୃଦ୍ଧଙ୍କ ପ୍ରତିଭା ଓ ସଂଘର୍ଷକୁ ଦେଖି ଅନେକ ଲୋକ ତାଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି।

The post ବୃଦ୍ଧାଙ୍କ ହୃଦୟସ୍ପର୍ଶୀ ପ୍ରତିଭା ଦେଖି ସାହାଯ୍ୟ ପାଇଁ ଆଗେଇ ଆସିଲେ ଲୋକେ first appeared on Sambad.

from ବିଶେଷ | Sambad https://ift.tt/3v23NPV

Post a Comment

0 Comments