କରୋନା ଭୟରେ ମା’-ବାପା ଘରେ ନଥିବା ବେଳେ ନିଜ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହେଲଥ ସେଣ୍ଟରରେ ପହଞ୍ଚିଥିଲା ୩ବର୍ଷ ଶିଶୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ କିଛି ସମାଲୋଚନାର ବିଷୟ ହୋଇଥିବା ବେଳେ ଆଉ କିଛି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମନକୁ ଛୁଇଁ ଯାଇଥାଏ। ନିକଟ‌ରେ ଜଣେ ଶିଶୁର ଭିଡିଓ ଭାଇରାଲ ହୋଇଛି। ଶିଶୁଟି କରୋନା ସଂକ୍ରମଣ ଭୟରେ ନିଜେନିଜେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ହେଲଥ ସେଣ୍ଟରରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଭିଡିଓରେ ଦେଖିବାକୁ ମିଳୁଥିବା ଶିଶୁ ଲିପବିକୁ କିଛିଦିନ ହେବ କାଶ-ଥଣ୍ଡାର ସାମାନ୍ୟ ଲକ୍ଷଣ ରହିଥିଲା। ତାର ବାପା-ମା ଜମିକୁ ଚାଷ କରିବାକୁ ଚାଲି ଯାଇଥିଲେ। ତେଣୁ ସେ ଭାବିଲା ତାକୁ କାଶ ଓ ଥଣ୍ଡାର ଲକ୍ଷଣ ରହିଛି। କରୋନା ପରୀକ୍ଷା କରାଇ ନେବା ଉଚିତ। ତେଣୁ ସେ କମ୍ୟୁନିଟି ହେଲଥ ସେଣ୍ଟରରେ ପହଞ୍ଚି ଯାଇଥିଲା। କେବଳ ଏତିକି ନୁହେଁ ସେ ମୁହଁରେ ମାସ୍କ ପିନ୍ଧିବାକୁ ବି ଭୁଲି ନଥିଲା।

 

୩ବର୍ଷର ଶିଶୁଟିକୁ ଏକା କମ୍ୟୁନିଟି ହେଲଥ ସେଣ୍ଟରରେ ଦେଖି ମେଡିକାଲ ଷ୍ଟାଫ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ଶିଶୁକୁ କ’ଣ ହୋଇଛି ବୋଲି ପଚାରିବାରୁ ସେ ତାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା କହିଥିଲା। ଏହାପରେ ମେଡିକାଲ ଷ୍ଟାଫ ତାକୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ ପସନ୍ଦ କରୁଥିବା ବେଳେ ଶିଶୁ ଲିପବିଙ୍କ ଏଭଳି କାମକୁ ପ୍ରଶଂସା ବି କରୁଛନ୍ତି।

The post କରୋନା ଭୟରେ ମା’-ବାପା ଘରେ ନଥିବା ବେଳେ ନିଜ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହେଲଥ ସେଣ୍ଟରରେ ପହଞ୍ଚିଥିଲା ୩ବର୍ଷ ଶିଶୁ first appeared on Sambad.

from ବିଶେଷ | Sambad https://ift.tt/3ilP9Ar

Post a Comment

0 Comments