ପାଟନା : ଚର୍ଚ୍ଚାରେ ବିହାରର ତେଜରାତି ଦୋକାନୀଙ୍କ ପୁଅ | ପାଖରେ ପଢିବାକୁ ଟଙ୍କା ନଥିବା ବେଳେ ନିଜର ମନୋବଳ ଦୃଢ କରି ସେ ଆଜି ଯେଉଁ ସଫଳତା ପାଇଛନ୍ତି, ତାହା ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି | ଏଠି ଆମେ ଯାହାଙ୍କ ବିଷୟରେ ଆପଣଙ୍କୁ କହୁଛୁ ସେ ହେଉଛନ୍ତି ପାଟନାର ଓମ ପ୍ରକାଶ ଗୁପ୍ତା | ସେ ବିହାର ଲୋକସେବା ଆୟୋଗ (ବିପିଏସସି) ର ୬୪ତମ ପରୀକ୍ଷାରେ ୧,୪୫୪ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ଯାହାର ଫଳାଫଳ ରବିବାର ଦିନ ଘୋଷଣା କରାଯାଇଛି। ଏହା ଗୁପ୍ତାଙ୍କର ପ୍ରଥମ ପ୍ରୟାସ ଥିଲା ବୋଲି ଜଣାପଡିଛି |
ଓମ ପ୍ରକାଶଙ୍କ କହିବା ମୁତାବକ, ପାଟଣାର ଫାଟୁହା ଅଞ୍ଚଳର ସୋନାରୁ ଗାଁର ଏକ ମଧ୍ୟବିତ୍ତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ | ଆଇଆଇଟି ରୁର୍କିରୁ ସେ ତାଙ୍କର ଇଞ୍ଜିନିୟରିଂ କରିଥିଲେ। ତାଙ୍କ ପିତାଙ୍କର ଏକ ତେଜରାତି ଦୋକାନ ଥିବା ବେଳେ ୨୦୧୪ରେ ତାହା ମଧ୍ୟ ବନ୍ଦ ହୋଇଯାଇଥିଲା। ନିଜ ପଢା ଖର୍ଚ ସହ ଘର ଚଳାଇବା ପାଇଁ ଗୁପ୍ତା ଆଇଆଇଟି ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ | ଏହା ସହ ସେ ଉଭୟ ବିପିଏସସି ଏବଂ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ | ପିଲାଙ୍କୁ ପାଠ ପଢ଼ାଇବା ସହ ସେ ଦିନକୁ ୬ଘଣ୍ଟା ବିପିଏସସି ଏବଂ ୟୁପିଏସସି ପାଇଁ ପାଠ ପଢୁଥିଲେ | ପ୍ରଶାସନିକ ସେବା ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ ଘରୋଇ କମ୍ପାନୀଗୁଡିକର ଚାକିରି ଅଫର ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସେ କହିଛନ୍ତି ।
The post ପଢିବାକୁ ପାଖରେ ଟଙ୍କା ନଥିଲା, ଏବେ ପ୍ରଥମ ଚେଷ୍ଟାରେ ବିହାର ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତିର୍ଣ୍ଣ ହେଲେ ତେଜରାତି ଦୋକାନୀଙ୍କ ପୁଅ first appeared on Sambad.from ବିଶେଷ | Sambad https://ift.tt/3wam92C
0 Comments