
ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟାଙ୍କ କୁକୁରଙ୍କ ପ୍ରତି ଥିବା ସ୍ନେହ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଏକ ବାରବୁଲା କୁକୁର ପାଇଁ ଘର ଖୋଜିବା କଥା କହିଥିଲେ।
ରତନ ଟାଟା ସ୍ପ୍ରାଇଟ ନାମକ ଏକ କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବା କଥା କହିଥିଲେ। ଯାହାକୁ ସେ ୨୦୨୦ ଡିସେମ୍ବରରେ ନିଜର ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରିଥିଲେ।
ରତନ ଟାଟାଙ୍କ ଦ୍ୱାରା ଡିସେସେମ୍ବର ୧୨ ତାରିଖରେ ସେୟାର କରାଯାଇଥିବା ପୋଷ୍ଟରେ ଲେଖାଯାଇଥିଲା “ଆପଣ ମୋତେ ଦୁଇଥର ଉଦାରତାପୂର୍ବକ ଏବଂ ସଫଳାତାପୂର୍ବକ ସାହାଯ୍ୟ କରିଛନ୍ତି ଏବଂ ଏଥିପାଇଁ ମୁଁ କୃତଜ୍ଞ। ସ୍ପ୍ରାଇଟ୍ ପାଇଁ ଏକ ସ୍ନେହୀ ପରିବାର ଖୋଜିବାରେ ମୋତେ ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ସ୍ପ୍ରାଇଟ୍ ବହୁତ କଷ୍ଟ ସହିଲାଣି। ଦୁର୍ଘଟଣା ପରେ ତାର ଦୁଇଟିଯାକ ପଛ ଗୋଡ ପକ୍ଷାଘାତ ହୋଇଛି।
View this post on Instagram
।
ରତନ ଟାଟା ଇନଷ୍ଟାଗ୍ରାମରେ ତିନୋଟି କାହାଣୀ ସେୟାର କରି ଘୋଷଣା କରିଛନ୍ତି ଯେ ପୁଚକୁ ଜଣେ ଦୟାଳୁ ବ୍ୟକ୍ତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସ୍ପ୍ରାଇଟର ଏକ ଭିଡିଓ ସେୟାର୍ କରି ସେ ତାଙ୍କର ପ୍ରଥମ କାହାଣୀରେ ଲେଖିଛନ୍ତି, ଯଦି ଆପଣମାନଙ୍କୁ ସ୍ପ୍ରାଇଟ୍ କଥା ମନେଥିବ, ପାରାପେଲିକ୍ କୁକୁର ଯାହାକୁ ଘର ଦରକାର ଥିଲା।
ଏହା ପରେ ସେ ଆନିମଲ୍ ଗାର୍ଡିଆନ୍ସ ମୁମ୍ବାଇ ଏବଂ ପଶୁ ଉଦ୍ଧାରକାରୀ କାଭେରୀ ଭରଦ୍ୱାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେ ସ୍ପ୍ରାଇଟକୁ ସବୁଦିନ ପାଇଁ ଘରେ ରଖିବାକୁ ଖୁସିରେ ଗ୍ରହଣ କରିଛନ୍ତି।
The post ରତନ ଟାଟା ଦିବ୍ୟାଙ୍ଗ କୁକୁରକୁ ଏପରି ଯୋଗାଇ ଦେଲେ ଘର, ଲେଖିଲେ ହୃଦୟସ୍ପର୍ଶୀ କଥା first appeared on Sambad.from ବିଶେଷ | Sambad https://ift.tt/3wsEI27
0 Comments