ଡେଲ୍‌ଟା ପ୍ଲସ୍‌କୁ ନେଇ ଅନୁଧ୍ୟାନ ଚାଲିଛି

କେତେକ ରାଜ୍ୟରେ ପ୍ରାୟ ୨୨ଟି ଡେଲ୍‌ଟା ପ୍ଲସ୍‌ ଭେରିଏଣ୍ଟ ଚିହ୍ନଟ ହୋଇଛି। ଏହା ଡେଲ୍‌ଟା ଭାଇରସ୍‌ର ଏକ ମ୍ୟୁଟେସନ୍‌। ଡେଲ୍‌ଟା ପ୍ଲସ୍‌ ଭେରିଏଣ୍ଟକୁ ନେଇ ସବୁ ସ୍ତରରେ ଅଧିକ ଅନୁଧ୍ୟାନ ଚାଲିଛି। କେତେ ସଂକ୍ରମଣ କରିବ, କେତେ ଭୟଙ୍କର ହେବ ଓ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ କେତେ ପଡ଼ିବ, ସେ ସବୁକୁ ନେଇ ଅନୁଧ୍ୟାନ ଚାଲିଛି। କେତେକ ଦେଶରେ ମଧ୍ୟ ଏହି ଭେରିଏଣ୍ଟ ଦେଖାଦେଇଛି। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ଅଛନ୍ତି। ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ କିଛି ଲୋକ କୋଭିଡ୍‌ ନିୟମ ଭାଙ୍ଗୁଥିବାର ଦେଖାଯାଉଛି। ସେମାନେ ଭାବୁଛନ୍ତି ଯେମିତି ପାଣ୍ଡେମିକ୍‌ ଚାଲିଯାଇଛି। ତାହା ଆମ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ଲୋକମାନେ ଯଦି କୋଭିଡ୍‌ ନିୟମ ଠିକ୍‌ଭାବେ ମାନିବେ ୟାକୁ ବି ଏଡାଇ ଦେଇ ହେବ। ତେବେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଉଛି।

The post ଡେଲ୍‌ଟା ପ୍ଲସ୍‌କୁ ନେଇ ଅନୁଧ୍ୟାନ ଚାଲିଛି first appeared on Sambad.

from ବିଶେଷ | Sambad https://ift.tt/2Sl3XEC

Post a Comment

0 Comments