ଜଣାପଡ଼ିଲା ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟ ଉଦ୍ୟମ ପଛର କାରଣ

ନୂଆଦିଲ୍ଲୀ: ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ରହୁଥିବା ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଗତ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ଗତକାଲି ହସ୍ତଗତ ହୋଇଥିଲା। ଆଜି ତାଙ୍କ ଅବସ୍ଥାରେ ସୁଧାର ଅସିଛି ବୋଲି ଶୁଣିବାକୁ ମିଳିିଛି।

ତେବେ, ସମସ୍ତେ ଭାବୁଛନ୍ତି ଯେ କାନ୍ତା ପ୍ରସାଦ ଦାରିଦ୍ର୍ୟର ଚାପା ହେତୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ଜାଣିରଖନ୍ତୁ ଯେ ତାହା ଏକମାତ୍ର କାରଣ ନୁହେଁ। କାନ୍ତା ପ୍ରସାଦଙ୍କ ପୁଅଙ୍କ କହିବା ମୁତାବକ, ‘ବାବା କା ଢାବା’ ରାତାରାତି ଲୋକପ୍ରିୟତା ପାଇ ପୁଣି ଯେତେବେ‌ଳେ ଲକ୍‌ଡାଉନ୍‌ ପାଇଁ ମାନ୍ଦା ପଡ଼ିଗଲା ଲୋକେ ତାଙ୍କୁ ଥଟ୍ଟା କରିବା ଆରମ୍ଭ କରିଦେଲେ। ସେ ଅର୍ଥ ଅଭାବ ସହ ଅପମାନକୁ ମଧ୍ୟ ସହ୍ୟ କରିପାରିଲେ ନାହିଁ। ସେହି କାରଣରୁ କାନ୍ତା ପ୍ରସାଦ ବିଶାଦଗ୍ରସ୍ତ ରହୁଥିଲେ।

ଉଲ୍ଳେଖଯୋଗ୍ୟ, କରୋନା କାଳରେ ଏକ ଢାବାକୁ ନେଇ କାନ୍ତା ପ୍ରସାଦଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଏହାପରେ ଲୋକେ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲେ। ଏହାପରେ କାନ୍ତା ପ୍ରସାଦଙ୍କର ଆର୍ଥିକ ଅବସ୍ଥା ସୁଧିରି ଯାଇଥିଲା। ଲୋକଙ୍କ ସାହାଯ୍ୟ ଟଙ୍କାରେ କାନ୍ତା ପ୍ରସାଦ ଏକ ରେସ୍ତୁରାଁ  ଖୋଲିଥିଲେ । ମାତ୍ର ସେହି ରେସ୍ତୁରାଁଟି ୪ ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା । ଏହି କାରଣରୁ ସେ ପୁଣି ତାଙ୍କ ଢାବାକୁ ଫେରି ଆସିଥିଲେ । ଗତ ଗୁରୁବାର ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

 

The post ଜଣାପଡ଼ିଲା ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟ ଉଦ୍ୟମ ପଛର କାରଣ first appeared on Sambad.

from ବିଶେଷ | Sambad https://ift.tt/3q7W2qV

Post a Comment

0 Comments