ବାପାମାଆଙ୍କ ତ୍ୟାଗର କଥା କହିବସିଲେ କଥା ସରିବନି: ଲେଫ୍ଟନାଣ୍ଟ୍‌ ଲଭ୍‌ନିତ ସିଂହ

ନୂଆଦିଲ୍ଲୀ: ଶନିବାର ଇଣ୍ଡିଆନ୍‌ ମିଲିଟାରି ଏକାଡେମିର ଶୀର୍ଷ ସ୍ତରୀୟ ପଦକର ଅନ୍ୟତମ ବିଜେତା ହୋଇଛନ୍ତି ଲେଫ୍ଟନାଣ୍ଟ୍‌ ଲଭ୍‌ନିତ ସିଂହ। ସେ ଜଣେ କୃଷକଙ୍କ ପୁଅ। ତାଙ୍କ ସଫଳତାର ସମସ୍ତ ଶ୍ରେୟ ସେ ନିଜ ବାପାମାଆଙ୍କୁ ଦେଇଛନ୍ତି। ସେ ନିଜ ବାପାମାଆଙ୍କ ବିଷୟରେ କହିଛନ୍ତି କି ‘ଯଦି ମୁଁ ସେମାନଙ୍କ ବିଷୟରେ କହି ବସିବି ତେବେ କଥା ସରିବ ନାହିଁ।’

ଲଭନିତଙ୍କ ବାପା କୃଷକ ରୂପିନ୍ଦର ସିଂ ଏବଂ ତାଙ୍କ ପତ୍ନୀ ପଞ୍ଜାବର ମୋଗା ଜିଲ୍ଲାର ନିଜ ଗାଁରୁ ଡେରାଡୁନ୍‌ ଆସିଥିଲେ ନିଜ ପୁଅ ପାଖକୁ। ପ୍ରଥମ ଥର ପାଇଁ ଇଣ୍ଡିଆନ୍‌ ମିଲିଟାରି ଏକାଡେମିକୁ ଆସିଥିବା ଏହି ଦମ୍ପତି ତୃତୀୟ ସ୍ଥାନ ଅଧିକାର କରିଥିବା ସେମାନଙ୍କ ପୁଅକୁ ବ୍ରୋଞ୍ଜ ପଦକ ପାଉଥିବାର ଦେଖି ବେଶ ଗୌରବାନ୍ବିତ ଅନୁଭବ କରିଥି‌ଲେ।

www.rediff.com

ନିଜ ପୁଅର ସଫଳତା ସଂପର୍କରେ ରୂପିନ୍ଦର କହନ୍ତି, ‘ମୋ ପରିବାରରେ କିମ୍ବା ମୋ ଗାଁରେ ଜଣେ ହେଲେ ସୈନିକ ନାହାନ୍ତି। ମୁଁ ଚାହୁଁଥିଲି ମୋ ପୁଅ ଏହି କ୍ଷେତ୍ରରେ ଯାଉ। ମୋ ପରି ମୋ ପୁଅ ମଧ୍ୟ କ୍ଷେତରେ କାମ କରୁ ତାହା ମୁଁ ଚାହୁଁ ନଥିଲି।’

ନିଜ ବାପାମାଆଙ୍କ ବଡ଼ପଣ ବାଖ୍ୟା କରି ଲଭନିତ କହନ୍ତ, ‘ଜଣେ କୃଷକ ପରିବାର ପୁଅ ହୋଇ ମଧ୍ୟ ଥରୁଟିଏ ବି ମୋ ବାପା ମୋତେ ତାଙ୍କୁ ସାହାଯ୍ୟ କରିବାକୁ କ୍ଷେତକୁ ନେଇନାହାନ୍ତି କି ମୁଁ ତାଙ୍କ ପାଇଁ କେବେ ହେଲେ ଖାଇବା ନେଇ ଯାଇନାହିଁ। ଯଦି ମୁଁ ଗାଁରେ ଥାଆନ୍ତି ‌ତେବେ ଆଜି ଏ ଜାଗାରେ ନଥାନ୍ତି। କେବଳ ମା’ଙ୍କ ଆଶୀର୍ବାଦ ଏବଂ ମୋ ବାପାଙ୍କ ବଳିଦାନ ହେତୁ ମୁଁ ଆଜି ଏଇଠାରେ ପହଞ୍ଚି ପାରିଛି।’

The post ବାପାମାଆଙ୍କ ତ୍ୟାଗର କଥା କହିବସିଲେ କଥା ସରିବନି: ଲେଫ୍ଟନାଣ୍ଟ୍‌ ଲଭ୍‌ନିତ ସିଂହ first appeared on Sambad.

from ବିଶେଷ | Sambad https://ift.tt/3wreq0j

Post a Comment

0 Comments