୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ହେବ ମଣିଷର ପରମାୟୁ: ଅଧ୍ୟୟନ

ନୂଆଦିଲ୍ଲୀ: ମାନବ ଜୀବନର ପରମାୟୁ ୧୨୦ ରୁ ୧୫୦ ମଧ୍ୟରେ ରଖି ପାରୁଥିବା ‘ବୟସର ଗୁପ୍ତ ଗତି ବେଗ’କୁ ସିଙ୍ଗାପୁରର ବାୟୋଟେକ୍‌ କମ୍ପାନି ‘ଗେରୋ’ର ଗବେଷକମାନେ ଚିହ୍ନଟ କରିପାରିଥିବା କଥା ‘ନେଚର୍‌ କମ୍ୟୁନିକେସନ୍‌’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ନିବନ୍ଧରୁ ଜଣାପଡ଼ିଛି। ମୃତ୍ୟୁ ଏକ ସହଜାତ ଜୈବିକ ବୈଶିଷ୍ଟ୍ୟ ଏବଂ ତାହା ନାନାବିଧ ଚାପଜନିତ କାରଣରୁ ସର୍ବଦା ମୁକ୍ତ ଥାଏ ବୋଲି ଉକ୍ତ ଆଲେଖ୍ୟରେ ଉଲ୍ଲେଖ କରାଯାଇଛି।

ଏହି ଜୈବିକ ବିବର୍ତ୍ତନର ମୂଲ୍ୟାୟନ କରିବା ଲାଗି ଗବେଷକମାନେ ‘ବ୍ଲଡ୍‌‌ ସେଲ୍‌ କାଉଣ୍ଟ୍’ରେ ଘଟୁଥିବା ପରିବର୍ତ୍ତନ ଏବଂ ଲୋକେ ଦୈନିକ କେତେ ପାହୁଣ୍ଡ ଚାଲୁଛନ୍ତି, ତାହା ଲକ୍ଷ କରିଥିଲେ। ସେମାନେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ ଓ ରୁଷ୍‌ର ବହୁସଂଖ୍ୟକ ଜନତାଙ୍କ ସ୍ବାସ୍ଥ୍ୟଗତ ତଥ୍ୟାବଳି ମଧ୍ୟ ପର୍ଯ୍ୟବେକ୍ଷଣ କରିଥିଲେ। ଏ ସଂକ୍ରାନ୍ତରେ ବିବୃତି ଦେଇ ଗବେଷକମାନେ କହିଛନ୍ତି ଯେ, ମନୁଷ୍ୟର ବାର୍ଦ୍ଧକ୍ୟ ସାର୍ବଜନୀନ ବୈଶିଷ୍ଟ୍ୟ ପ୍ରଦର୍ଶନ କରେ। ଏହି ବୈଶିଷ୍ଟ୍ୟ ହେଉଛି ଶରୀର ବିଘଟନ ହେବାକୁ ଯାଉଥିବା ସମୟରେ କାର୍ଯ୍ୟ କରୁଥିବା ଜଟିଳ ପ୍ରକ୍ରିୟା ସହ ସମାନ।

Image Courtesy of News in 24 English

ଟିମୋଥି ବି ପିକ୍ରୋଭ୍‌ଙ୍କ ନେତୃତ୍ବାଧୀନ ଟିମ୍ କହିଛନ୍ତି ଯେ, ବୟସ ବଢ଼ିବା ସହ ରୋଗ ବଢ଼ିବା ଲକ୍ଷଣ ବାହାରେ। ଏହାର କାରଣ ରକ୍ତ କୋଷିକା ପ୍ରସ୍ତୁତ କରିବା ନିମନ୍ତେ ଶରୀର ଅକ୍ଷମତା। ଶାରୀରିକ ଅସୁବିଧାରୁ ମୁକ୍ତି ପାଇବାର ଅସମର୍ଥତା ହିଁ ଆୟୁଷ ନାଶ ହେବାର ବେଗ ବଢ଼ାଇଥାଏ। ଗବେଷକମାନେ ଜାଣିପାରିଛନ୍ତି ଯେ, ୧୨୦ ରୁ ୧୫୦ ବର୍ଷ ବୟସରେ ଉପନୀତ ମଣିଷ ହିଁ କୌଣସି ଶାରୀରିକ ଅସୁବିଧାରୁ ସୁସ୍ଥ ହେବାର ସମସ୍ତ କ୍ଷମତା ହରାଇ ବସିଥାଏ।

ତେଣୁ, ବିଶେଷଜ୍ଞମାନଙ୍କର ଦୃଢ଼ ବିଶ୍ବାସ ହୋଇଛି ଯେ, ଏହି ପ୍ରକ୍ରିୟା ବା ଗତି ବେଗକୁ ମନ୍ଥର କରି ପରମାୟୁ ବୃଦ୍ଧି ନିମନ୍ତେ ଗବେଷକମାନେ ଔଷଧ ପ୍ରସ୍ତୁତ କରିବାରେ ମାର୍ଗଦର୍ଶନ କରାଇପାରିବେ।

The post ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ହେବ ମଣିଷର ପରମାୟୁ: ଅଧ୍ୟୟନ first appeared on Sambad.

from ବିଶେଷ | Sambad https://ift.tt/34E9mcz

Post a Comment

0 Comments