ମାଲିକାଣୀଙ୍କ ନୃତ୍ୟ ଦେଖି କିପରି ଦୁଇଗୋଡ଼ରେ ନାଚୁଛି କୁକୁର ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ କୁକୁର ନିଜ ମାଲିକାଣୀ ସହିତ ନାଚୁଥିବାର ଭିଡିଓ ଭାଇରାଲ ହୋଇଛି। ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ ପସନ୍ଦ କରୁଛନ୍ତି। ଏହି ଭିଡିଓ କ୍ଲିପ କେରଳର ଚେର୍ତଲାର ବୋଲି କୁହାଯାଉଛି।

ଭାଇରାଲ ଭିଡିଓରେ ଆର୍ଦ୍ରା ପ୍ରସାଦ ନାମକ ଜଣେ ମହିଳା ଏକ ସୁନ୍ଦର ଗୀତରେ ନାଚୁଛନ୍ତି। ଆଉ ଆର୍ଦ୍ରାଙ୍କୁ ନୃତ୍ୟ କରୁଥିବା ଦେଖି ତାଙ୍କ ଠାରୁ କିଛି ଦୂରରେ ବନ୍ଧା ହୋଇଥିବା ପୋଷା କୁକୁର ମିଟୁ ବି ଦୁଇଗୋଡ଼ରେ ଛିଡ଼ା ହୋଇ ହାତ ହଲାଇ ନାଚୁଛି। ଆଉ ମିଟୁର ନାଚ ଦେଖି ଆର୍ଦ୍ରା ଖୁସି ହୋଇ ତାକୁ ଗେଲ କରି ପକାଉଛନ୍ତି।

ଏହି ଭିଡିଓକୁ ଫେସବୁକରେ ଶ୍ରୀଜିତ ଟ୍ରିକ୍କାରା ଜୁନ ୨୦ ତାରିଖରେ ସେୟାର କରିଛନ୍ତି। ଏହି ସୁନ୍ଦର ଭିଡିଓକୁ ନେଇ ଖବର ଲେଖାହେଲା ପର୍ଯ୍ୟନ୍ତ ସାଢ଼େ ତିନିଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଥିବା ବେଳେ ୫.୬ହଜାର ପ୍ରତିକ୍ରିୟା ମିଳିଛି। ‌ସୋସିଆଲ ମିଡିଆରେ ଆର୍ଦ୍ରା ଓ ତାଙ୍କ କୁକୁରର ନୃତ୍ୟକୁ ପସନ୍ଦ କରାଯାଉଥିବା ବେଳେ କେହିକେହି କୁକୁରକୁ ସ୍ବାଧୀନ ଭାବେ ଛାଡ଼ି ଦେବାକୁ ପ୍ରତିକ୍ରିୟା ଦେଇଛନ୍ତି।

 

The post ମାଲିକାଣୀଙ୍କ ନୃତ୍ୟ ଦେଖି କିପରି ଦୁଇଗୋଡ଼ରେ ନାଚୁଛି କୁକୁର ଦେଖନ୍ତୁ first appeared on Sambad.

from ବିଶେଷ | Sambad https://ift.tt/2SAiJYp

Post a Comment

0 Comments