
ନୂଆଦିଲ୍ଲୀ: ସରକାର ବରମ୍ବାରଲୋକମାନଙ୍କୁ କରୋନା ଟିକା ନେବାକୁ କହୁଥିବା ବେଳେ ଏହାକୁ ନେଇ ଗ୍ରାମାଞ୍ଚଳରେ ଏକ ପ୍ରକାର ଗୁଜବ ଉଠିଛି। କିଏ କହୁଛି ଟିକା ନେଲେ ଜ୍ବର ହେଉଛି ଛାଡ଼ୁ ନାହିଁ ତ ଆଉ କିଏ କହୁଛି ଟିକା ନେବାର କିଛିଦିନ ମଧ୍ୟରେ ହେଉଛି ମୃତ୍ୟୁ। ଯାହାକୁ ଶୁଣି ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଏହାର ଏକ ଉଦାହରଣ ଉତ୍ତରପ୍ରଦେଶର ଇଟାଓ୍ବାରେ ଦେଖିବାକୁ ମିଳିଛି।
“हम टीका नहीं लगवाई,बुखार आ जाई और हम मर जाई”।
….टीका लगाने वालों से डरी बुज़ुर्ग औरत ने कहा और घबरा कर घर में रखी एक टंकी के पीछे छिप गई।इटावा के इकदिल की घटना।इस खौफ को दूर करने की ज़रूरत है। pic.twitter.com/WdhGQCOwje— Kamal khan (@kamalkhan_NDTV) June 3, 2021
ଉତ୍ତରପ୍ରଦେଶର ଘରେ ଘରେ ଟିକାକରଣ ଅଭିଯାନ ଚାଲିଛି। ଏହି ସମୟରେ ଜଣେ ବୃଦ୍ଧା ଟିକା ନନେବାକୁ ନିଜ ଘରେ ଥିବା ଏକ ଡ୍ରମ୍ ପଛ ପଟେ ଲୁଚି ଯାଇଥିଲେ। ଯାହାର ଏକ ଭିଡିଓ ବି ସୋସିଆଲ୍ ମଡିଆରେ ଭାଇରାଲ୍ ହୋଇଛି।
ଗତ ବୁଧବାର ସ୍ଥାନୀୟ ବିଧାୟକ ସରିତା ଭଦୋରିଆଙ୍କ ସହ କିଛି ସ୍ବାସ୍ଥ୍ୟକର୍ମୀଙ୍କ ଦଳ ଇଟାଓ୍ବାର ଚନ୍ଦନପୁରରେ ଟିକାକରଣ ଆଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ କରୋନା ଟିକାକୁ ନେଇ ଉଠିଥିବା ଗୁଜବ ଭୟରେ ଜଣେ ମହିଳା ଡ୍ରମ ପଛପାର୍ଶ୍ବରେ ଲୁଚି ରହିଥିଲେ। ଯେତେ ଡାକିଲେ ବି ଶୁଣି ନଥିଲେ। ବହୁ ଚେଷ୍ଟା ପରେ ଯେତେବେଳେ କୁହାଯାଇଥିଲା କି ତାଙ୍କୁ ଟିକା ଦିଆଯିବ ନାହିଁ ସେ ବାହାରକୁ ବାହାରି ଆସିଥିଲେ।
The post କରୋନା ଟିକା ଭୟରେ ବୃଦ୍ଧା ମହିଳା ଡ୍ରମ ପଛରେ ଲୁଚି ରହିଥିଲେ first appeared on Sambad.from ବିଶେଷ | Sambad https://ift.tt/3vJIBzj
0 Comments