ଲୋକଙ୍କୁ ଟିକା ଦେବା ନେଇ ଉତ୍ସାହିତ କରିବା ପାଇଁ ଉପହାର ବାଣ୍ଟୁଛନ୍ତି ତାମିଲନାଡୁର ଏହି ଯୁବକ

ଚେନ୍ନାଇ: କରୋନା ଭଳି ମହାମାରୀ ସହ ମୁକାବିଲା କରିବା ପାଇଁ ଦେଶରେ ଏବେ ସରକାର ଟିକାକରଣ ଆରମ୍ଭ କରିଛନ୍ତି | ଦେଶରେ ଏବେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୧୮ବର୍ଷରୁ ଉର୍ଧ୍ଵଙ୍କୁ କରୋନା ଟିକା ଦିଆଯାଉଛି | ହେଲେ ଦେଶର କିଛି ଅଞ୍ଚଳରେ କରୋନା ଟିକାକୁ ନେଇ ଭୁଲ ଧାରଣା ଥିବାରୁ ଲୋକେ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି, ଯାହାର ଅନେକ ଖବର ଆମେ ପୂର୍ବରୁ ଆପଣଙ୍କୁ ଦେଇଛୁ |

ତେବେ ଲୋକଙ୍କ ମନରୁ ଭୁଲ ଧାରଣାକୁ କାଢି ସେମାନଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିବାକୁ ତାମିଲନାଡୁର ଯୁବକ ଯାହା କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ତାମିଲନାଡୁର ଆର ଥମ୍ବିବିଦୁରେଇ(୩୦) ନିଜ ଅଞ୍ଚଳର ଲୋକଙ୍କୁ ଉପହାରର ଲୋଭ ଦେଖାଇ ଟିକା ନେବା ପାଇଁ କହୁଥିବା ଜଣାପଡିଛି | ଥମ୍ବିବିଦୁରେଇ ପେସାରେ ଜଣେ ଫଟୋ ଷ୍ଟୁଡ଼ିଓର ମାଲିକ ହୋଇଥିବା ବେଳେ ନିଜ ଅଞ୍ଚଳରେ ଲୋକେ ଟିକା ନେଉନଥିବା ଦେଖି ସେ ଏଭଳି ବାଟ ଆପଣାଇଥିବା କହିଛନ୍ତି |

COVID vaccine | Latest and Breaking News on COVID vaccine | TNIE
New Indian Express

ସେ କହିଛନ୍ତି ଯେ, ମୁଁ ପ୍ଲେଟ୍, ଟିଫିନ୍ ବାକ୍ସ ପରି କିଛି ରୋଷେଇ ଘରର ଜିନିଷ କିଣି ଟିକା ନେଉଥିବା ଲୋକଙ୍କୁ ଉପହାର ଦେବାକୁ ନିଷ୍ପତ୍ତି ନେଲି | ମୋର କୌଶଳ କାମ କଲା ଏବଂ ରାଜି ହେଉନଥିବା ଗାଁର ୮୦ ଜଣ ଲୋକ ଟିକା ଗ୍ରହଣ କଲେ, ଯାହା ପ୍ରଥମ ଦୁଇ ଦିନରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟାଠାରୁ ତିନି ଗୁଣ ଅଧିକ ଥିଲା | ବାସ୍ତବରେ, ଯଦି ଟିକା ଷ୍ଟକ୍ ଉପଲବ୍ଧ ଥାନ୍ତା ତେବେ ଅଧିକ ଲୋକ ଟିକା ନେଇଥାନ୍ତେ | ଡାକ୍ତରୀ ଦଳ ପୂର୍ବ ଦିନ କମ ଲୋକ ଆସିଥିବା ଦେଖି କମ୍ ଡୋଜ ଆଣିଥିଲେ।

The post ଲୋକଙ୍କୁ ଟିକା ଦେବା ନେଇ ଉତ୍ସାହିତ କରିବା ପାଇଁ ଉପହାର ବାଣ୍ଟୁଛନ୍ତି ତାମିଲନାଡୁର ଏହି ଯୁବକ first appeared on Sambad.

from ବିଶେଷ | Sambad https://ift.tt/3z1RN4c

Post a Comment

0 Comments