ଭାରତରେ ଟିକା ପାଇଁ ହାହାକାର କାହିଁକି?

ଟିକା ନେବେ ୧୦୦ କୋଟି (ଡିସେମ୍ବର ସୁଦ୍ଧା)
ଟିକା ଆବଶ୍ୟକ ୨୦୦ କୋଟି ଡୋଜ୍
ମାସକୁ ଦରକାର ୨୦ରୁ ୨୫ ‌କୋଟି ଡୋଜ୍
ମାସକୁ ଉପଲବ୍ଧ ୭ରୁ ୮ କୋଟି ଡୋଜ୍
ସେରମର ଉତ୍ପାଦନ କ୍ଷମତା ମାସିକ ୭ କୋଟି ଡୋଜ୍
ବାୟୋଟେକ୍ କ୍ଷମତା ମାସିକ ଦେଢ଼ କୋଟି ଡୋଜ୍

ଭାରତ ହେଉଛି ବିଶ୍ବର ସର୍ବବୃହତ୍ ଟିକା ଉତ୍ପାଦନକାରୀ ରାଷ୍ଟ୍ର। କିନ୍ତୁ ବିଡ଼ମ୍ବନା ଯେ ଭାରତରେ ଏବେ ଟିକା ପାଇଁ ହାହାକାର। କରୋନାର ଦ୍ବିତୀୟ ଲହର ଏଭଳି ପରିସ୍ଥିତି ସୃ୍ଷ୍ଟି କରିଛି। କରୋନାରୁ ରକ୍ଷାପାଇବା ଲାଗି ଭାରତ ଏହାର ନାଗରିକମାନଙ୍କୁ ଟିକା ଦେବାଲାଗି ଲକ୍ଷ୍ୟ ରଖିଛି। ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦୋବଲାଗି ସରକାର ଘୋଷଣା କରିଛନ୍ତି। ଅର୍ଥାତ ଭାରତ ଏହାର ‌େମାଟ୍ ଜନସଂଖ୍ୟାର ୮୦ ଭାଗ (ପାଖାପାଖି ୧୦୦ କୋଟି) ଲୋକଙ୍କୁ ଟିକା ଦିଆଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରାଯିବ। କିନ୍ତୁ ଅାବଶ୍ୟକ ଅନୁଯାୟୀ ଟିକା ଉତ୍ପାଦନ ହେଉନଥିବାରୁ ସମସ୍ୟା ଦେଖାଦେଇଛି। ଟିକାକରଣ ପାଇଁ ମାସକୁ ୨୦ରୁ ୨୫ ‌େକାଟି ଡୋଜ୍ ଦରକାର ପଡ଼ୁଥିବା ବେଳେ ଏବେ ମାତ୍ର ୬ କୋଟି ଡୋଜ୍ ଉପଲବ୍‌ଧ ହେଉଛି।

ଭାରତରେ ଏବେ ମାତ୍ର ଦୁଇଟି ଟିକାକୁ ଅନୁମତି ମିଳିଛି। ଏହା ହେଲା କୋଭାକ୍ସିନ୍ ଏବଂ କୋଭିସିଲ୍ଡ। ଭାରତ ବାୟୋଟେକ୍ କୋଭାକ୍ସିନ୍ ଉତ୍ପାଦନ କରୁଥିବା ବେଳେ ସେରମ ଇନଷ୍ଟିୁଚ୍ୟଟ୍ କୋଭିସିଲ୍ଡ ଟିକା ଉତ୍ପାଦନ କରୁଛି। ଚଳିତ ବର୍ଷ ଶେଷ ସୁଦ୍ଧା ଶହେ କୋଟି ଲୋକଙ୍କୁ ଟିକା ‌ଦେବାକୁ ହେଲେ ଦିନକୁ ୭୫ ଲକ୍ଷ ଡୋଜ୍ ଟିକା ଦେବାକୁ ପଡ଼ିବ। କିନ୍ତୁ ଏବେ ଦିନକୁ ମାତ୍ର ୨୨ ଲକ୍ଷ ଡୋଜ୍ ଦିଅ‌ାଯାଉଛି। ଏହି ହାର ଜାରି ରହିଲେ ବର୍ଷ ଶେ‌ଷ ସୁଦ୍ଧା ଧାର୍ଯ୍ୟରୁ ମାତ୍ର ୩୦ ଭାଗ ଲୋକ ହିଁ ଟିକା ନେଇପାରିବେ।

ଆବଶ୍ୟକ ଅନୁସାରେ ଟିକା ଉତ୍ପାଦନ ହେଉନଥିବାରୁ ଟିକାକରଣରେ ଏଭଳି ଗୁରୁତର ସମସ୍ୟ‌ା ଦେଖାଦେଇଛି। ସେରମ୍ ଏବଂ ବାୟୋଟେକ୍ ମାସକୁ କେବଳ ୭୦ରୁ ୮୫ ନିୟୁତ ଡୋଜ୍ ଟିକା ଉତ୍ପାଦନ କରିପାରୁଛନ୍ତି। ସେରମ୍ ୭୦ ନିୟୁତ ଏବଂ ବାୟୋଟେକ୍ ୧୫ ନିୟୁତ ଡୋଜ୍ ଉତ୍ପାଦନ କରୁଛନ୍ତି। ତେବେ ସେରମ୍ ୩୦ ଅଗଷ୍ଟ ସୁଦ୍ଧା ଏହାର ଉତ୍ପାଦନ କ୍ଷମତା ମାସକୁ ୧୦ କୋଟି ଡୋଜକୁ ବୃଦ୍ଧି କରିବା ଲାଗି ଯୋଜନା କରିଥିବା ବେଳେ ବାୟୋଟେକ୍ ଅଗଷ୍ଟ ସୁଦ୍ଧା ଏହାର ଉତ୍ପାଦନ କ୍ଷମତା ୬ ‌େକାଟି କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ମୋଟ୍ ଉତ୍ପାଦନର ୧୫ ଭାଗ ରପ୍ତାନି ପାଇଁ ଚୁକ୍ତି ହୋଇଥିବାରୁ ସେମାନେ ଭାରତକୁ କେବଳ ୧୩ କୋଟି ଡୋଜ୍ ଯୋଗାଇପାରିବେ।

ବର୍ତମାନ ସୁଦ୍ଧା ୧୩ କୋଟି ଲୋକ ପ୍ରଥମ ଡୋଜ୍ ନେଇସାରିଥିବା ବେଳେ ୩ କୋଟି ଦ୍ବିତୀୟ ଡୋଜ୍ ନେଇସାରିଲେଣି। ୪ ମଇ ସୁଦ୍ଧା ୧୬ କୋଟିରୁ ଅଧିକ ଡୋଜ୍ ଟିକା ଦିଅ‌ାଯାଇ ସାରିଥିବାରୁ ଏବେଠାରୁ ଭାରତକୁ ମାସକୁ ୧୭ କୋଟି ଡୋଜ୍ ଦରକାର। କିନ୍ତୁ ଆମକୁ କେବଳ ୧୩ କୋଟି ଡୋଜ୍ ମିଳିପାରିବ। ଚାହିଦା ଓ ଯୋଗାଣରେ ଥିବା ତାରତମ୍ୟକୁ ଦୂର କରିବାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ରୁଷିଆ ୬୫ କୋଟି ଡୋଜ୍ ଷ୍ଟଟ୍‌ନିକ୍ ଟିକା ଦେବାକୁ ପ୍ରତିଶ୍ରୁତି ଦେଇଛି। ଏହା ଟିକାକରଣ ଉପରୁ ଚାପକୁ କିଛି ମାତ୍ରାରେ କମାଇପାରେ। କିନ୍ତୁ ଏହା ଯ‌ଥେଷ୍ଟ ନୁହେଁ।

The post ଭାରତରେ ଟିକା ପାଇଁ ହାହାକାର କାହିଁକି? first appeared on Sambad.

from ବିଶେଷ | Sambad https://ift.tt/3bb1inn

Post a Comment

0 Comments