ରକ୍ତ ଜମାଟ ବାନ୍ଧିବା ଜଟିଳତା ଆଣୁଛି ଅଙ୍ଗ ହରାଇବା ଆଶଙ୍କା

ଅହମଦାବାଦ : କୋଭିଡ୍‌ ଯୋଗୁଁ ପୀଡ଼ିତଙ୍କ ଠାରେ ନାନା ପ୍ରକାର ସ୍ବାସ୍ଥ୍ୟଗତ ଜଟିଳତା ଦେଖାଦେଉଥିବା ବେଳେ ଦିନକୁ ଦିନ ତାହା ଆହୁରି ଜଟିଳ ହେବାରେ ଲାଗିଛି। ଜଣେ ପୀଡ଼ିତଙ୍କ ଠାରେ କୋଭିଡ୍‌ ଲକ୍ଷଣ ସ୍ବରୂପ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ଦେହର ସାଂସପେଶୀ ଶଢ଼ିଯିବା ସହ କୌଣସି ଅଙ୍ଗ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ନିକଟରେ ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅନେକ କୋଭିଡ୍‌ ପୀଡ଼ିତ ଚିକିତ୍ସିତ ହୋଇ ଘରକୁ ଫେରିଲା ପରେ ହୃଦ୍‌ଘାତର ଶିକାର ହୋଇଥିବା ନଜିର ରହିଛି। ଅନେକ କ୍ଷେତ୍ରରେ ମଧ୍ୟ ରକ୍ତ ଜମାଟ ବାନ୍ଧି ମସ୍ତିଷ୍କାଘାତ ଯୋଗୁଁ କେହି କେହି ପକ୍ଷାଘାତର ଶିକାର ହୋଇଛନ୍ତି।

ତେବେ ବିଶେଷଜ୍ଞମାନଙ୍କ ସଦ୍ୟ ସୂଚନାନୁଯାୟୀ, ସଂଖ୍ୟାଧିକ କୋଭିଡ ପୀଡ଼ିତଙ୍କର ହାତ ଏବଂ ପାଦରେ ରକ୍ତ ଜମାଟ ବାନ୍ଧିବା ପରି ଅବଗୁଣ ଦେଖାଯାଉଛି ଯାହା କି ଠିକଣା ସମୟରେ ଦୂରୀଭୂତ ନହେଲେ ମାଂସପେଶୀ ପଚିଶଢ଼ି(ଗାଙ୍ଗ୍ରିନ୍‌) ଯାଇ ହାତ କିମ୍ବା ଗୋଡ଼ ହରାଇବା ସାର ହେଉଛି। ନିକଟରେ ଉତ୍ତର ଗୁଜରାଟ ଅନ୍ତର୍ଗତ ବନସକଣ୍ଟା ଜିଲ୍ଲା ଭବାର ଅଞ୍ଚଳର ୨୬ ବର୍ଷୀୟ କୋଭିଡ୍‌ ରୋଗୀ ହିର୍ଜି ଲୁହାରଙ୍କ ଠାରେ ଏପରି ଗାଙ୍ଗ୍ରିନ୍‌ ଦେଖାଯାଇ ଶେଷରେ ତାଙ୍କ ବାମ ଗୋଡ଼କୁ କଟାଯାଇଥିଲା। ଗତ ଦେଢ଼ ମାସ ଭିତରେ ଅହମଦାବାଦର ଏକ ୧୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ୪୦ରୁ ୫୦ କୋଭିଡ୍‌ ରୋଗୀଙ୍କର ଏପରି ଶିରାପ୍ରଶିରା ଫୁଲିବା ଦେଖାଯାଇଥିବା ବେଳେ ୧୦ ଜଣଙ୍କୁ ସେମାନଙ୍କର ଗୋଡ଼ କି ହାତ ହରାଇବାକୁ ପଡ଼ିଛି ବୋଲି ଶଲ୍ୟ ଚିକିତ୍ସକ ଡା. ମନୀଶ ରାଵଲ କହିଛନ୍ତି।

ରକ୍ତ ଜମାଟ ବାନ୍ଧିବା ସହ ଶିରା ପ୍ରଶିରା ଫୁଲିଯିବା ଆଦି କୋଭିଡ୍‌ର ଲକ୍ଷଣ ଭାବେ ଆଗରୁ ଜଣାଯାଇଥିବା ବେଳେ ଏପରି ଗାଙ୍ଗ୍ରିନ୍‌ ପରିଲକ୍ଷିତ ହେବା ଏହି ଦ୍ବିତୀୟ ଲହର ସଂକ୍ରମଣର ଅନ୍ୟତମ ଭୟାବହତା ସାଜିଛି। ବିଶେଷ କରି ଏହି ସଂକ୍ରମଣ ଗ୍ରାମାଞ୍ଚଳରେ ଅଧିକ ରହୁଥିବା ବେ​ଳେ ସେଠାରେ ଉପଲବ୍‌ଧ ଦୁର୍ବଳ ସ୍ବାସ୍ଥ୍ୟସେବା ହିଁ ଏପରି ରୋଗୀଙ୍କୁ ଶେଷ ସମୟରେ ଉପାୟହୀନ କରିଦେଉଛି ବୋଲି ସେ କହିଛନ୍ତି।

The post ରକ୍ତ ଜମାଟ ବାନ୍ଧିବା ଜଟିଳତା ଆଣୁଛି ଅଙ୍ଗ ହରାଇବା ଆଶଙ୍କା first appeared on Sambad.

from ବିଶେଷ | Sambad https://ift.tt/3ywLpSf

Post a Comment

0 Comments