ଚଷମା ଜଗୁଆଳ ଚାକିରି!

କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ୍‌ କାସ୍‌ତ୍ରୋ ଥିଲେ ମାର୍କିନ୍‌ ସ˚ଗୀତଜ୍ଞ ଜନ୍‌ ଲେନନ୍‌ଙ୍କ ପ୍ରଶ˚ସକ। କାରଣ, ଲେନନ୍‌ ନିଜ ଦେଶର ବୈଦେଶିକ ନୀତି, ବିଶେଷତଃ କ୍ୟୁବା ବିରୋଧୀ ନୀତିର ତୀବ୍ର ବିରୋଧୀ ଥିଲେ। ଲେନନ୍‌ଙ୍କ ମୃତ୍ୟୁର କୋଡ଼ିଏ ବର୍ଷ ପରେ କାସ୍‌ତ୍ରୋ, ହଵାନାର ଏକ ଉଦ୍ୟାନକୁ ତାଙ୍କ ନାମରେ ନାମିତ କରିଥିଲେ। ଉକ୍ତ ଉଦ୍ୟାନରେ ଛିଡ଼ାକରାଇଥିଲେ ଲେନନ୍‌ଙ୍କ ଏକ ବ୍ରୋଞ୍ଜ୍‌ ମୂର୍ତ୍ତି। ପରବର୍ତ୍ତୀ କାଳରେ ପ୍ରତିମାର ଚଷମା ସମସ୍ୟାର କାରଣ ବନିଥିଲା।

ବାରମ୍ବାର ଚଷମା ଚୋରିହେବାରୁ, ସରକାରୀ ଭାବେ ଜଗିବା ଦାୟିତ୍ବ ଦିଆଯାଇଥିଲା ଆଲିଦା ରୋଡ୍‌ରିଗ୍ବେଜ୍‌ ପେଦ୍ରାସା ନାମା ବୃଦ୍ଧାଙ୍କୁ। ଆଲିଦା କୋଡ଼ିଏ ବର୍ଷ ହେଲା ଲେନନ୍‌ଙ୍କ ଚଷମା ଜଗିବା ଦାୟିତ୍ବ ତୁଲାଇଆସିଲେଣି। ଏଥି ପାଇଁ ତାଙ୍କୁ ମାସିକ ମିଳୁଛି ୨୪୫ କ୍ୟୁବାନ୍‌ ପେସୋ; ଯାହା ରୋଜଗାର କରିବା ସାଧାରଣ କ୍ୟୁବାନ୍‌ଙ୍କ ପକ୍ଷେ ଅତି କଷ୍ଟକର।

The post ଚଷମା ଜଗୁଆଳ ଚାକିରି! first appeared on Sambad.

from ବିଶେଷ | Sambad https://ift.tt/3v3aQZj

Post a Comment

0 Comments