
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଦମ୍ପତ୍ତିଙ୍କ ବିବାହ ବର୍ଷିକୀର ଫଟୋ ଭାଇରାଲ ହୋଇଛି। ଏଥିରେ ସ୍ତ୍ରୀ ସ୍ବାମୀ ଦେଇଥିବା ୧କିଲୋ ଓଜନର ସୁନାର ହାର ପିନ୍ଧିଥିବା କୁହାଯାଉଛି। ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯିବା ପରେ ପୁଲିସ ଷ୍ଟେସନରେ ଯାଇ ଏହି ଘଟଣା ପହଞ୍ଚିଥିଲା। ପୁଲିସ ଉକ୍ତ ମହିଳାଙ୍କ ସ୍ବାମୀଙ୍କୁ ପୁଲିସ ଷ୍ଟେସନ ଡକାଇଥିଲା। ଏହାପରେ ଘଟଣା ଉପରୁ ପର୍ଦା ଉଠିଥିଲା।
କଲ୍ୟାଣ ଗାଁରେ ବାଲୁ କୋଲି ବସବାସ କରନ୍ତି। ସେ ତାଙ୍କ ବିବାହ ବାର୍ଷିକୀ ଆୟୋଜନ କରିଥିଲେ। ଏଥିରେ ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ଗୀତ ଗାଇବା ସହିତ କେକ କାଟିଥିଲେ। ଆଉ ଉପହାର ବାବଦକୁ ୧କିଲୋ ଓଜନର ସୁନର ହାର ଦେଇଥିଲେ।
ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ କୋଗାଓଁର ସିନିଅର ପୁଲିସ ଇନ୍ସପେକ୍ଟର ଗଣପତ ପିଙ୍ଗଲେ ବାଲୁ କୋଲିଙ୍କୁ ଡାକିଥିଲେ। ବାଲୁ ପୁଲିସ ଷ୍ଟେସନରେ ପହଞ୍ଚିବା ପରେ କହିଥିଲେ, ତାଙ୍କ ସ୍ତ୍ରୀ ଯେଉଁ ହାର ପିନ୍ଧିଛନ୍ତି ତାହା ଅସଲି ନୁହେଁ। ନକଲି ସୁନାରେ ସେ ଅର୍ଡର ଦେଇ ଏହି ହାର ତିଆରି କରିଥିଲେ। କଲ୍ୟାଣ ଜୁଏଲାରି ତିଆରି କରିଥିବା ଏହି ହାର ମୂଲ୍ୟ ୩୮୦୦୦ଟଙ୍କାର ରହିଥିବା ଜଣାପଡ଼ିଛି।
The post ବିବାହ ବାର୍ଷିକୀରେ ସ୍ବାମୀ ସ୍ତ୍ରୀକୁ ଦେଲେ ୧କିଲୋ ଓଜନର ସୁନା ହାର, ଥାନାକୁ ଡାକି ନେଇଗଲା ପୁଲିସ first appeared on Sambad.from ବିଶେଷ | Sambad https://ift.tt/3ff0gc9
0 Comments