ମାସକ ମଧ୍ୟରେ ୧୧୦୦ରୁ ଅଧିକ ଲୋକଙ୍କ ଚିତା ଜାଳିସାରିଲେଣି ଏହି ପୁଲିସ ବାବୁ

ନୂଆଦିଲ୍ଲୀ: ପେସା ପୁଲିସ କର୍ମଚାରୀ କିନ୍ତୁ ନିଶା ସମାଜସେବା | ଆଉ ଏହାରି ଭିତରେ ପୁଲିସ ବାବୁଙ୍କୁ ଏମିତି ଏକ ଦାୟିତ୍ୱ ମିଳିଯାଇଛି ଯାହାକି ତାଙ୍କୁ ନିଶାକୁ ସାବ୍ୟସ୍ତ କରାଇବାକୁ ସାହାଯ୍ୟ କରୁଛି | ଆଜି ଆମେ ଆପଣଙ୍କୁ ଏମିତି ଜଣେ ପୁଲିସ ବାବୁଙ୍କ କାହାଣୀ କହିବୁ ଯିଏ କି ଗତ ମାସକ ମଧ୍ୟରେ ୧୧୦୦ରୁ ଅଧିକ ଲୋକଙ୍କ ଚିତା ଜାଳିସାରିଲେଣି | ମିଳିଥିବା ସୂଚନା ମୁତାବକ ନିଜାମୁଦ୍ଦିନ ପୁଲିସ ଷ୍ଟେସନରେ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରନ୍ତି ୫୭ ବର୍ଷୀୟ ରାକେଶ କୁମାର | ଗତ ଏପ୍ରିଲ ୧୧ ତାରିଖରୁ ତାଙ୍କୁ ଲୋଧି ରୋଡରେ ଥିବା ଶ୍ମଶାନ ଘାଟରେ ଡ୍ୟୁଟି ଦିଆଯାଇଥିଲା | ଏଠାକୁ ଆସୁଥିବା କରୋନା ରୋଗୀଙ୍କ ଶବ କିଭଳି ସଂସ୍କାର କରାଯାଇପାରିବ ସେ ଦାୟିତ୍ୱ ରାକେଶଙ୍କ ଉପରେ ନ୍ୟସ୍ତ କରାଯାଇଛି |

ଏପ୍ରିଲ ୧୩ ରୁ, ରାକେଶ କରୋନା ରୋଗୀଙ୍କ ପରିବାର ସଦସ୍ୟ ପାଇଁ ଦେବଦୁତ ସାଜିଛନ୍ତି | ସେ ଏଠାକୁ ଆସୁଥିବା ଶବକୁ କାନ୍ଧ ଦେବା ସହ କୋକେଇ ସଜାଇବା, କାଠ ଯୋଗାଡ କରି ନିଆଁ ଲଗାଇବା ଭଳି କାମରେ ନିଜକୁ ନିୟୋଜିତ କରିଛନ୍ତି | ରାକେଶଙ୍କ କହିବା କାଠ ଯେ ସେ କରୋନା ଟିକାର ଦୁଇଟି ଡୋଜ ନେଇଛନ୍ତି | ସମ୍ପୂର୍ଣ୍ଣ ସତର୍କତାର ସହ ସେ ମୃତଦେହର ଅନ୍ତିମ ସଂସ୍କାର କରାଇଥାନ୍ତି |

ଏପ୍ରିଲ ୧୩ ଠାରୁ, ରାକେଶ ୧୧୦୦ ରୁ ଅଧିକ ଲୋକଙ୍କ ଅନ୍ତିମ ସଂସ୍କାର କରିବାରେ ସାହାଯ୍ୟ କରିଛନ୍ତି। ଏଏସଆଇ ରାକେଶ କୁମାରଙ୍କ କହିବା ଅନୁଯାୟୀ, ଲୋଧି ରୋଡ ଶ୍ମଶାନରେ ପ୍ରତିଦିନ ୫୫ ରୁ ୬୦ ଜଣଙ୍କୁ ଶବଦାହ କରାଯାଉଛି। ଏପରି ସମୟରେ ସେ ନିଜ କର୍ତ୍ତବ୍ୟରେ କୌଣସି ହେଳା କରିବାକୁ ଚାହାଁନ୍ତି ନାହିଁ | ଆଉ ସେଥିପାଇଁ ନିଜ  ଝିଅର ବିବାହକୁ ମଧ୍ୟ ବାତିଲ କରିଦେଇଛନ୍ତି |

The post ମାସକ ମଧ୍ୟରେ ୧୧୦୦ରୁ ଅଧିକ ଲୋକଙ୍କ ଚିତା ଜାଳିସାରିଲେଣି ଏହି ପୁଲିସ ବାବୁ first appeared on Sambad.

from ବିଶେଷ | Sambad https://ift.tt/3tmY72b

Post a Comment

0 Comments