ତେର କୋଟିର ଜିଅନ୍ତା ମାଛ!

କୋହାକୁ ପ୍ରଜାତିର ଜିଅନ୍ତା ମାଈ କୋଇ କାର୍ପ‌୍‌ ମାଛ ସବୁଠାରୁ ମୂଲ୍ୟବାନ୍‌। ଏହା ସାଧାରଣତଃ ନିଲାମ କରାଯାଏ। କିଛି ଦିନ ତଳେ ଜାପାନରେ ଜିଅନ୍ତା ମାଈ କୋଇ କାର୍ପ‌୍‌ ମାଛଟିଏ ୧୨ କୋଟି ଛଅସ୍ତରି ଲକ୍ଷ ୨୩ ହଜାର ଟଙ୍କାରେ ବିକ୍ରି ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, କୋଇ କାର୍ପ‌୍‌ ପରିବାରର ମାଛଙ୍କ ମଧ୍ୟରେ ଧଳା-ଲାଲ ରଙ୍ଗର କୋହାକୁ ସବୁଠାରୁ ମୂଲ୍ୟବାନ୍‌। ମାଈ କୋଇ କାର୍ପ‌୍‌ ମାଛ ଅନ୍ୟୂନ ପାଞ୍ଚ ଲକ୍ଷ ଡିମ୍ବ ଦିଏ। ସେଗୁଡ଼ିକର ବିକ୍ରିରୁ ପ୍ରଚୁର ଲାଭ ହୁଏ। କୋଇ କାର୍ପ‌୍‌ ଉତ୍ପାଦନ ଓ ରପ୍ତାନିରେ ଜାପାନ ବିଶ୍ବରେ ପ୍ରଥମ। ଏହି ମାଛ ରପ୍ତାନିରୁ ଜାପାନର ବାର୍ଷିକ ଆୟ ୩.୫ କୋଟି ଡଲାର‌୍‌।

The post ତେର କୋଟିର ଜିଅନ୍ତା ମାଛ! first appeared on Sambad.

from ବିଶେଷ | Sambad https://ift.tt/2SnsPve

Post a Comment

0 Comments