
ନୂଆଦିଲ୍ଲୀ: ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୭୬,୦୭୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୮୭୪ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୫୭,୭୨,୪୦୦ ଓ ମୃତ୍ୟୁସଂଖ୍ୟା ୨,୮୭,୧୨୨ରେ ପହଞ୍ଚିଛି। ତେବେ ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ସଂକ୍ରମଣ ଓ ମୃତ୍ୟୁକୁ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି। ବୈଜ୍ଞାନିକ ଓ ଡାକ୍ତରମାନେ ସେମାନଙ୍କ ଚେଷ୍ଟା ଜାରି ରଖିଥିବା ସତ୍ତ୍ବେ ସଂକ୍ରମଣ ବୃଦ୍ଧି ପାଉଛି।
ତେଣୁ ଲୋକମାନେ ଏବେ ଭଗବାନଙ୍କ ଶରଣ ପଶିଛନ୍ତି। ଏହି ମହାମାରୀରୁ ଶୀଘ୍ର ଉଦ୍ଧାର କରିବାକୁ ଲୋକେ ପ୍ରତଦିନ ପ୍ରାର୍ଥନା କରୁଛନ୍ତି। ଏହି କ୍ରମରେ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସେଠାରେ ଲୋକମାନେ କରୋନା ଦେବୀଙ୍କ ମନ୍ଦିର ତିଆରି କରି ପୂଜାଅର୍ଚ୍ଚନ କରିବା ଆରମ୍ଭ କରି ଦେଇଛନ୍ତି।
ତେବେ ଦେଢ଼ଫୁଟ ଉଚ୍ଚ କଳା ପଥରରେ କରୋନା ଦେବୀଙ୍କ ପ୍ରତିମୂର୍ତ୍ତି ତିଆରି ହୋଇଥିବା ଏହି ମନ୍ଦିରକୁ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ମନ୍ଦିରରେ ୪୮ଦିନ ଧରି ପୂଜା ଓ ଯଜ୍ଞ ଅନୁଷ୍ଠିତ ହେବ।
ସେଠାକାର ଲୋକଙ୍କ କହିବାନୁସାରେ, ପ୍ରକୃତି ମା’ ରାଗି ଯାଇଥିବାରୁ ଏଭଳି ଅବସ୍ଥା ହୋଇଛି। ତେଣୁ ତାଙ୍କୁ ଶାନ୍ତ କରିବାକୁ ଏହି ପୂଜା ଅର୍ଚ୍ଚନ କରାଯାଉଛି। କରୋନା ମା’ ଏହି ମାହାମାରୀରୁ ଲୋକଙ୍କୁ ନିଶ୍ଚୟ ଉଦ୍ଧାର କରିବେ।
The post ସଂକ୍ରମଣ ହ୍ରାସ ପାଇଁ ଲୋକେ ‘କରୋନା ଦେବୀ’ ମନ୍ଦିର ତିଆରି କରି କରୁଛନ୍ତି ପୂଜା ଅର୍ଚ୍ଚନ first appeared on Sambad.from ବିଶେଷ | Sambad https://ift.tt/2QCc9j9
0 Comments