‘ସଟର ବନ୍ଦ ଦେଖିବାକୁ ପାଇଲେ ମୋତେ ଯୋଗାଯୋଗ କରନ୍ତୁ, ମୁଁ ଆତ୍ମ ଭଳି ସେହି ଠାରେ ହିଁ ବୁଲୁଥିବି’ ବୋଲି ଦୋକାନ ସାମ୍ନାରେ ଲେଖିଛନ୍ତି ବ୍ୟବସାୟୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ମଜାଦାର ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥାଏ। କରୋନା କାଳରେ ବି ଲୋକମାନେ ସୋସିଆଲ ମିଡିଆରେ ହସିବା ଓ ହସେଇବା ପାଇଁ ନୂଆ ଉପାୟ ବାହାର କରୁଛନ୍ତି | ଏହି କିଛିଦିନ ହେବ ସୋସିଆଲ ମିଡିଆରେ ଏକ ବନ୍ଦ ଦୋକାନ ବାହାରେ ଲେଖାଯାଇଥିବା ବିଜ୍ଞପ୍ତି ଭାଇରାଲ ହେବାରେ ଲାଗିଛି। ଯାହାକୁ ପଢ଼ିଲେ ଆପଣ ବି ହସିହସି ବେଦମ ହୋଇଯିବେ।

ଭାଇରାଲ ହୋଇଥିବା ଫଟୋରେ ‌ଲେଖାଥିବା ଦେଖିବାକୁ ମିଳୁଛି କି, ଯଦି ମୋର ‌ଦୋକାନ ସଟର ବନ୍ଦ ରହିଥିବା ଦେଖିବାକୁ ପାଇବେ। ତେବେ ମୋତେ ଯୋଗାଯୋଗ କରନ୍ତୁ। ମୁଁ ଆତ୍ମ ଭଳି ସେହି ଠାରେ ହିଁ ବୁଲୁଥିବି।

 

ସୋସିଆଲ ମିଡିଆରେ ଏହି ଫଟୋକୁ ଆଇପିଏସ ଅଧିକାରୀ ଦିପାଂଶୁ କାବ୍ରା ସେୟାର କରିଛନ୍ତି। ଏଥିସହିତ ସେ ମଜାଦାର କ୍ୟାପସନରେ ଲେଖିଛନ୍ତି, ଏହି ବୁଲୁଥିବା ଆତ୍ମର ଖାକି ସହିତ ଖୁବଶୀଘ୍ର ଭେଟ ହୋଇଯାଉ।

ଏହି ଭାଇରାଲ ଫଟୋକୁ ଅନେକ ସେୟାର କରିବା ସହିତ ବହୁତ ଲୋକ ମଜାଳିଆ ପ୍ରତିକ୍ରିୟା ବି ଦେଇଛନ୍ତି।

The post ‘ସଟର ବନ୍ଦ ଦେଖିବାକୁ ପାଇଲେ ମୋତେ ଯୋଗାଯୋଗ କରନ୍ତୁ, ମୁଁ ଆତ୍ମ ଭଳି ସେହି ଠାରେ ହିଁ ବୁଲୁଥିବି’ ବୋଲି ଦୋକାନ ସାମ୍ନାରେ ଲେଖିଛନ୍ତି ବ୍ୟବସାୟୀ first appeared on Sambad.

from ବିଶେଷ | Sambad https://ift.tt/3fxxGTK

Post a Comment

0 Comments