କରୋନା କାଳରେ ଶିକ୍ଷକ ହେଲେ ଅଟୋ ଚାଳକ, ରୋଗୀଙ୍କୁ ଦେଉଛନ୍ତି ମାଗଣା ସେବା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମୁମ୍ବାଇର ଜଣେ ସ୍କୁଲ ଶିକ୍ଷକ କୋଭିଡ ରୋଗୀଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

ପେସାରେ ଶିକ୍ଷକ ଥିବା ଦତ୍ତାତ୍ରୟ ସାୱନ୍ତ ପିପିଇ କିଟ ପିନ୍ଧିବା ସହିତ କୋଭିଡ-୧୯ର ସମସ୍ତ ନିୟମ ପାଳନ କରି ନିଜର ମାଗଣା ସେବା ଯୋଗାଉଛନ୍ତି। ଦତ୍ତାତ୍ରୟ ସାୱନ୍ତ କରୋନା ରୋଗୀଙ୍କୁ ମାଗଣାରେ ହସ୍ପିଟାଲରୁ ଘରକୁ କିମ୍ବା ଘରରୁ ହସ୍ପିଟାଲ ନେବା ଆଣିବା କରୁଛନ୍ତି।

ଶିକ୍ଷକଙ୍କ କହିବାନୁସାରେ, ଦେଶ ଏବେ ଖରାପସ୍ଥିତି ଦେଇ ଗତି କରୁଛି। ତେଣୁ ଯେପର୍ଯ୍ୟନ୍ତ ଦେଶରେ ଏହି କରୋନା ମହାମାରୀ ଅଛି, ସେ ପର୍ଯ୍ୟନ୍ତ ମୁଁ ମୋର ଏହି ମାଗଣା ସେବା ଯୋଗାଇ ଚାଲିଥିବି। ମୁଁ ପେସାରେ ଜଣେ ଶିକ୍ଷକ। ଶ୍ରୀ ସାୱନ୍ତ ଜ୍ଞାନସାଗର ବିଦ୍ୟା ମନ୍ଦିର ସ୍କୁଲରେ ପିଲାଙ୍କୁ ଇଂରାଜୀ ପାଠ ପଢ଼ାଏ। ଏଯାବତ ମୁଁ ୨୬ଜଣ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଆସୁଛି। ରୋଗୀଙ୍କୁ ଏହି ସେବା ଯୋଗାଇବା ଦ୍ବାରା ମନରେ ଏକ ଅଦ୍ଭୁତ ଆତ୍ମସନ୍ତୋଷ ମିଳୁଛି।

 

ଉଲ୍ଲେଖଯୋଗ୍ୟ, ଦେଶରେ କରୋନାଭାଇରସଜିନତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩.୯ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟ ସର୍ବାଧିକ ରହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୯୨,୪୮୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୬୮୯ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୧,୯୫,୫୭,୪୫୭ ଓ ମୃତ୍ୟୁସଂଖ୍ୟା ୨, ୧୫,୫୪୨ରେ ପହଞ୍ଚିଛି।

The post କରୋନା କାଳରେ ଶିକ୍ଷକ ହେଲେ ଅଟୋ ଚାଳକ, ରୋଗୀଙ୍କୁ ଦେଉଛନ୍ତି ମାଗଣା ସେବା first appeared on Sambad.

from ବିଶେଷ | Sambad https://ift.tt/3nJd1yC

Post a Comment

0 Comments