
ନୂଆଦିଲ୍ଲୀ: କରୋନା ସଂକ୍ରମଣ ହେତୁ ଦେଶରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଲୋକଙ୍କ ମନରେ ଏକ ପ୍ରକାର ଭୟ ଖେଳି ଯାଇଛି। ପିଲାଙ୍କ ଠାରୁ ବୃଦ୍ଧ କେହି ବି ଏହି କରୋନା ପ୍ରକୋପରୁ ବଞ୍ଚି ପାରୁ ନାହାନ୍ତି।
ବିଶେଷଜ୍ଞମାନେ ବାରମ୍ବାର ଲୋକମାନଙ୍କୁ ସଚେତନ କରି କହୁଛନ୍ତି, ଭୟ କରନ୍ତୁ ନାହିଁ। ଦୃଢ଼ତାର ସହ ଏହି କରୋନା ଯୁଦ୍ଧରେ ଲଢ଼ନ୍ତୁ। କୋଭିଡ-୧୯ ନିୟମର କଡ଼ାକଡ଼ି ପାଳନ କରନ୍ତୁ। ମାସ୍କକୁ ବାଧ୍ୟତାମୂଳକ ଭାବେ ପିନ୍ଧନ୍ତୁ। ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ଜରୁରୀ ନଥିଲେ ବାହାରକୁ ବାହାରନ୍ତୁ ନାହିଁ। ଏହି ନିୟମ ଯଦି ସଠିକ ଭାବେ ପାଳନ କରିବ ତେବେ ଆମେ ଖୁବ୍ ଶୀଘ୍ର ଏହି କରୋନା ଯୁଦ୍ଧରେ ବିଜୟ ହେବା।
ନିକଟରେ ୬ମାସର ଶିଶୁ କରୋନାକୁ ହରାଇଛି। ଯାହାକି ଏଭଳି ଦୁଃଖ ସମୟରେ ଏକ ଖୁସି ଖବର ଆସିଛି ବୋଲି କୁହାଯାଉଛି। ଏଭଳି ବିପଦ ସମୟରେ ଏହି ଖବର ମନକୁ ଆଶ୍ବସ୍ତି ଦେଉଛି। ଗ୍ରେଟର ନୋଏଡାର ଗୌର ସିଟିରେ ରହୁଥିବା ଅର୍ଜୁନ ଗୁପ୍ତା କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ୬ମାସ ଶିଶୁ ଓ ସ୍ତ୍ରୀ ସମେତ ପରିବାରର ଅନ୍ୟମାନଙ୍କର ବି କରୋନା ରିପୋର୍ଟ ପଜିଟିଭ ଆସିଥିଲା।
ସମସ୍ତ ପରିବାର କରୋନା ନିୟମ ପାଳନ କରିବା ସହିତ ପୌଷ୍ଟିକ ଆହର ଖାଇଥିଲେ। ଏଥିସହିତ ଶିଶୁର ବି ସଠିକ ଯତ୍ନ ନିଆଯାଇଥିଲା। ଫଳରେ ଆଜି ଗୁପ୍ତା ପରିବାର କରୋନାକୁ ହରାଇ ଦେଇଛନ୍ତି।
The post ଖୁସି ଖବର: କରୋନାକୁ ହରାଇଲା ୬ମାସର ଶିଶୁ first appeared on Sambad.
from ବିଶେଷ | Sambad https://ift.tt/3ePJ0sQ
0 Comments