
କରୋନା ସଂକ୍ରମଣ ଜାରି ରହିଛି। ଦ୍ବିତୀୟ ଲହରକୁ ନେଇ ଲୋକମାନଙ୍କ ଭିତରେ ଅନେକ ପ୍ରକାର ଆଶା ଓ ଆଶଙ୍କା ଦେଖା ଦେଇଛି। କରୋନା ସଂକ୍ରମଣକୁ ନଜରରେ ରଖି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର) ପକ୍ଷରୁ ଜନସାଧାରଣଙ୍କ ପାଇଁ କେତେକ ଉପଦେଶ ଦିଆଯାଇଛି, ଯାହାକି ଲୋକମାନଙ୍କ ପାଇଁ ବେଶ୍ ଉପାଦେୟ ହୋଇପାରିବ।
କରୋନାରେ ସଂକ୍ରମିତ ହେଉଥିବା ପ୍ରାୟ ୮୦ ପ୍ରତିଶତ ରୋଗୀଙ୍କଠାରେ ସ୍ବଳ୍ପ ଲକ୍ଷଣ ପ୍ରକାଶ ପାଇଥାଏ ଓ ପରେ ସୁସ୍ଥ ହୋଇ ଯାଇଥାନ୍ତି। ହେଲେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ରୋଗ ତଥା ହୃଦ୍ଘାତର ଶିକାର ଥିବା ରୋଗୀଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଲକ୍ଷଣ ପ୍ରକାଶ ପାଇଥାଏ। ଏଥିପାଇଁ ଏସବୁ ରୋଗର ଶିକାର ବ୍ୟକ୍ତିମାନଙ୍କ ପାଇଁ ଅତିରିକ୍ତ ଯତ୍ନର ଆବଶ୍ୟକତା ରହିଛି।
ମଧୁମେହ ରୋଗୀଙ୍କ ପାଇଁ ସଂକ୍ରମଣ ସମ୍ବେଦନଶୀଳ କି?
ମଧୁମେହରେ ଆକ୍ରାନ୍ତ ରୋଗୀ କରୋନା ସଂକ୍ରମଣ ଦୃଷ୍ଟିରୁ ଅଧିକ ସମ୍ବେଦନଶୀଳ। ଯେଉଁମାନଙ୍କର ମଧୁମେହ ନିୟନ୍ତ୍ରଣରେ ନାହିଁ, ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ। ତେବେ, ଏଥିପାଇଁ ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କରିବା ସହିତ ବ୍ୟାୟାମ, ଠିକ୍ ସମୟରେ ଔଷଧ ସେବନ ଓ ମଧୁମେହକୁ ନିୟନ୍ତ୍ରଣରେ ରଖିବା ଲାଗି ନିୟମିତ ବ୍ୟବଧାନରେ ଶର୍କରା ସ୍ତର ଯାଞ୍ଚ କରିବା ଜରୁରୀ। ଯଦି କୌଣସି ମଧୁମେହ ରୋଗୀ ଅସୁସ୍ଥ ହୋଇ ପଡ଼ନ୍ତି, ତା’ହେଲେ ତାଙ୍କର ରକ୍ତ ଶର୍କରା ସ୍ତର, ଇନସୁଲିନ୍, କମ୍ ବ୍ୟବଧାନରେ ଅଳ୍ପ ଖାଦ୍ୟ ଓ ପାଣିର ନିୟମିତ ନିରୀକ୍ଷଣ କରିବା ଉଚିତ୍।
ମଧୁମେହ, ରୋଗୀଙ୍କ ଭଳି ଉଚ୍ଚ ରକ୍ତଚାପ ଓ ହୃଦ୍ରୋଗୀଙ୍କ ପାଇଁ ନିୟମିତ ଔଷଧ ସେବନ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କରେନାର ସ୍ବଳ୍ପ ଲକ୍ଷଣ ଦେଖାଗଲେ ମଧ୍ୟ ଡାକ୍ତରଙ୍କ ପ୍ରେସକ୍ରାଇବ ମେଡିସିନ୍ ଜାରି ରଖିବା ଉଚିତ୍। ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ଔଷଧକୁ ବନ୍ଦ କରିବା ଉଚିତ୍ ନୁହେଁ। ଯଦି କୌଣସି ପରିସ୍ଥିତିରେ ବାହାରକୁ ଯିବାରେ ସମସ୍ୟା ଦେଖାଦେଉଛି, ତାହେଲେ କୋଲେଷ୍ଟୋରଲ ଔଷଧ ଜାରି ରଖିବା ଉଚିତ୍।
ରକ୍ତଚାପ ଔଷଧ କରୋନା ସଂକମଣକୁ ବଢ଼ାଇ ଦେଉଥିବା କୁହାଯାଉଛି, ଏଥିରେ ସତ୍ୟତା କେତେ ?
ବିଶ୍ବବ୍ୟାପୀ ବୈଜ୍ଞାନିକମାନେ ଏଭଳି କୌଣସି ନିଷ୍କର୍ଷରେ ଏ ପର୍ଯ୍ୟନ୍ତ ପହଞ୍ଚିପାରି ନାହାନ୍ତି। ରକ୍ତଚାପ ଔଷଧ କରୋନା ସଂକ୍ରମଣକୁ ବଢ଼ାଇ ଦେଉଥିବାର ନଜିର ନାହିଁ। ରକ୍ତଚାପ ଔଷଧ ହୃଦ୍ସମସ୍ୟା ଓ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ବେଶ୍ ସଫଳ ହେଉଛି। ତେଣୁ ନିଜେ ନିଜେ ଏହି ଔଷଧକୁ ବନ୍ଦ କରିବା ବିପଦକୁ ଡାକି ଆଣିପାରେ। ଯାହାକି ହୃତ୍ପିଣ୍ଡର ସ୍ଥିତିକୁ ଜଟିଳ କରିଦେଇପାରେ।
ଜ୍ବର କିମ୍ବା ଯନ୍ତ୍ରଣାରେ କ’ଣ ଖାଇବା ଉଚିତ୍ ?
କିଛି ପେନ୍ କିଲର ବଟିକା କରୋନା ପାଇଁ ଘାତକ ହୋଇପାରେ। ଏନ୍ଏସ୍ଏଆଇଡି ଭଳି ଔଷଧ ହାର୍ଟ ଫେଲ୍ୟୁରକୁ ବଢ଼ାଇ ଦେବାକୁ ସହିତ କିଡ୍ନି ଖରାପ କରିପାରେ। ତେଣୁ ଏହି ଔଷଧ କେବଳ ଡାକ୍ତରଙ୍କ ପରାମର୍ଶରେ ଖାଇବା ଉଚିତ୍। ପାରାସିଟାମଲ ବଟିକା ପେନ୍ କିଲର କ୍ଷେତ୍ରରେ ସବୁଠାରୁ ନିରାପଦ।
ରକ୍ତଚାପ ନିୟନ୍ତ୍ରଣ, ରକ୍ତ ଶର୍କରା ଓ ନିୟମିତ ବ୍ୟାୟମ ଜରୁରୀ କି ?
ରକ୍ତଚାପ, ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଧୂମପାନ ଓ ମଦ୍ୟପାନଠାରୁ ଦୂରେଇ ରହିବା ଉଚିତ୍। ଏହାସହ ବ୍ୟାୟାମ ଆବଶ୍ୟକ। ତେବେ ସାମାଜିକ ଦୂରତାକୁ ନଜରରେ ରଖି ବାହାରେ ବ୍ୟାୟାମ କରିବା ଜରୁରୀ। ସନ୍ତୁଳିତ ଖାଦ୍ୟ ସହିତ ଲୁଣ କଟକଣାକୁ ଜାରି ରଖିବା ଉଚିତ୍। ଅଧିକ ମାତ୍ରାେର ଫାଇବର ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସହିତ ଯଥାସମ୍ଭବ ଫଳ ମଧ୍ୟ ବେଶ୍ ଫଳପ୍ରଦ ହୋଇପାରିବ।
ଜଣେ କରୋନା ସଂକ୍ରମିତ ହେଲେ କ’ଣ କରିବା ଉଚିତ୍ ?
ଜଣେ ବ୍ୟକ୍ତିଙ୍କଠାରେ ଜ୍ବର, କାଶ କିମ୍ବା ମାଂସପେଶୀରେ ଯନ୍ତ୍ରଣା ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଶୀଘ୍ର କୋଭିଡ ପରୀକ୍ଷା କରାଇ ନେବା ସହିତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଘରେ ରହିବା ଓ ନିଜ ପରିବାରଠାରୁ ଦୂରେଇ ରହିବା ଜରୁରୀ। ନିୟମିତ ହାତଧୋଇବା ସହିତ ମାସ୍କ ପିନ୍ଧିବା ଉଚିତ୍। ଯଦି ରିପୋର୍ଟ ପଜିଟିଭ୍ ଆସେ, ତା’ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନିୟମାବଳୀକୁ ପାଳନ କରିବା ଉଚିତ୍। ଯଦି ଘରେ ରହିବା ସମୟରେ ହାଲିଆ ଲାଗିବା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୁଏ, ତା’ହେଲେ ତୁରନ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ୍।
ଜଣେ କିଭଳି କରୋନା ସଂକ୍ରମଣକୁ ଏଡ଼ାଇ ପାରିବ ?
କରୋନା ଭୂତାଣୁ ମୁଖ୍ୟତଃ କାଶ ଓ ଛିଙ୍କର ଡ୍ରପଲେଟ୍ କିମ୍ବା ଛୁଇଁବା ଦ୍ବାରା ବ୍ୟାପିଥାଏ। ଯଦି କୌଣସି ବସ୍ତୁରେ ପୂର୍ବରୁ କରୋନା ଭୂତାଣୁ ରହିଛି ଓ ତାକୁ ଛୁଇଁବା ପରେ ଜଣେ ଯଦି ହାତକୁ ମୁହଁରେ ମାରିଥାଏ ତାହାଲେ ସେ ସଂକ୍ରମିତ ହୋଇଥାଏ। ଭୂତାଣୁ ଆଖପାଖ ଅଞ୍ଚଳରେ ୩ଦିନ ପାଇଁ ବଞ୍ଚିଥାଏ। ତେଣୁ ନିଜର ଚାରିପଟେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦେବା ଜରୁରୀ। ରୁମ୍, ଟେବୁଲ ଓ ଅନ୍ୟ ଚଟଣାକୁ ସାବୁନ ପାଣିରେ ସଫା କରିବା ସହିତ ସଫା ନ ଥିବା ସ୍ଥାନକୁ ଛୁଇଁଲେ ସଙ୍ଗେ ସଙ୍ଗେ ହାତ ସାନିଟାଇଜ କରନ୍ତୁ।
from ବିଶେଷ | Sambad https://ift.tt/3aOijDq
0 Comments